15.1 C
Bhubaneswar
Monday, February 9, 2026
Homeଓଡିଶାବିଜେଡି ଓ କଂଗ୍ରେସର ଶତାଧିକ ସକ୍ରିୟ କର୍ମୀଙ୍କ ବିଜେପିରେ ଯୋଗଦାନ

ବିଜେଡି ଓ କଂଗ୍ରେସର ଶତାଧିକ ସକ୍ରିୟ କର୍ମୀଙ୍କ ବିଜେପିରେ ଯୋଗଦାନ

ନୂଆପଡା / ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଚାଲିଛନ୍ତି। ଏହି ପରିପ୍ରେକ୍ଷୀରେ ବିକଶିତ ନୂଅପଡ଼ା ଗଠନ ପାଇଁ ୧୧୦୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କରିବାକୁ ମୁଖମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାଝୀଙ୍କ ଉପରେ ଆସ୍ଥା ପ୍ରକଟ କରି ନୂଆପଡ଼ାସ୍ଥିତ ବିଜେପି କାର୍ଯ୍ୟାଳୟରେ ଏହି ନିର୍ବାଚନମଣ୍ଡଳୀର ବିଜେଡ଼ି ଓ କଂଗ୍ରେସ ର ଶତାଧିକ ସକ୍ରିୟ ମହିଳା ଓ ପୁରଷ କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗଦେଇଛନ୍ତି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ନୂତନ କାର୍ଯ୍ୟକର୍ତାମାନଙ୍କୁ ସ୍ୱାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ମିଶ୍ରଣ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର ଏବଂ ନୂଆପଡ଼ା ଜିଲ୍ଲା ସଭାପତି ଶ୍ରୀ କମଲେଶ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking