23.1 C
Bhubaneswar
Sunday, February 8, 2026
Homeଓଡିଶାରାଜ୍ୟର ଏସ୍‌ବିସିମାନଙ୍କ ଦରଖାସ୍ତ ଗ୍ରହଣ କଲେ ଜାତୀୟ ଓବିସି କମିଶନ: ସୁରଥ ବିଶ୍ୱାଳ

ରାଜ୍ୟର ଏସ୍‌ବିସିମାନଙ୍କ ଦରଖାସ୍ତ ଗ୍ରହଣ କଲେ ଜାତୀୟ ଓବିସି କମିଶନ: ସୁରଥ ବିଶ୍ୱାଳ

ଭୁବନେଶ୍ୱର: ବିଜେଡି ଦୀର୍ଘବର୍ଷ ଓଡ଼ିଶାରେ କ୍ଷମତାରେ ଥିଲେ ବି ଜାନିଶୁଣି ଯୋଜନାବଦ୍ଧ ଭାବେ କେନ୍ଦ୍ରୀୟ ତାଲିକାରୁ ବଂଚିତ ପଛୁଆ ବର୍ଗଙ୍କ ପାଇଁ କୌଣସି ପଦକ୍ଷେପ ନେଉ ନ ଥିଲା। ପଛୁଆ ବର୍ଗଙ୍କୁ ବିଜେଡି ତାଙ୍କ ହକ୍‌ରୁ ବଂଚିତ କରି ରଖିଥିଲା। ତେବେ କେନ୍ଦ୍ରୀୟ ଓବିସି କମିଶନ ପ୍ରତିଶ୍ରୁତି ଦେଇଛନ୍ତି ଯେ, ରାଜ୍ୟ ସରକାର ଯେତେ ଶୀଘ୍ର ରିପୋର୍ଟ ଦେବେ, ଦିଲ୍ଲୀରେ ତର୍ଜମା କରି ଓଡ଼ିଶାର ବଂଚିତ ଏସ୍‌ସିବିସି ବର୍ଗଙ୍କୁ ଓବିସି ବର୍ଗର କେନ୍ଦ୍ରୀୟ ତାଲିକାରେ ସାମିଲ କରାଯିବ ବୋଲି ସୁରଥ ବିଶ୍ୱାଳ କହିଛନ୍ତି।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ୨ ଦିନିଆ ଓଡ଼ିଶାଗସ୍ତ ସମାପ୍ତ କରି ଦିଲ୍ଲୀ ଫେରିଯାଇଛନ୍ତି ଜାତୀୟ ଓବିସି କମିଶନ ଅଧ୍ୟକ୍ଷ। ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ କର୍ମକର୍ତାମାନଙ୍କ ସହ ଆଲୋଚନା ସମୟରେ କେନ୍ଦ୍ର ଓବିସି କମିଶନ ମଧ୍ୟ ଓଡ଼ିଶାର ଏସିବିସିମାନଙ୍କର ଯୁକ୍ତି ସମ୍ବଳିତ ତଥ୍ୟକୁ ସ୍ୱୀକାର କରି ସେମାନଙ୍କ ଦାବିକୁ ଗ୍ରହଣ କରାଯିବା ସମ୍ପର୍କରେ ମତପୋଷଣ କରିଥିଲେ। ଓଡିଶାରୁ ୫୦ରୁ ଅଧିକ ଜାତି ଓବିସି ବର୍ଗର କେନ୍ଦ୍ରୀୟ ତାଲିକାରେ ସାମିଲ ହେବା ପାଇଁ ଯୋଗ୍ୟ ବୋଲି କେନ୍ଦ୍ରୀୟ କମିଶନ ସ୍ୱୀକାର କରିଛନ୍ତି। ବିଭିନ୍ନ ଜାତି ବର୍ଗରୁ ଆସିଥିବା ପ୍ରତିନିଧିମାନେ କମିଶନ ଅଧ୍ୟକ୍ଷଙ୍କୁ ଯେଉଁ ଦସ୍ତାବିଜ୍ ଦେଲେ ସେମାନେ ରାଜ୍ୟ ସରକାରଙ୍କ ପାଖରେ ସେଇ ସବୁ ପ୍ରମାଣ ପତ୍ର ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ପଛୁଆ ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ କେନ୍ଦ୍ର ସରକାରଙ୍କ ଅନେକ ସୁବିଧା ସୁଯୋଗ ପାଇବାରେ ଏହି ଜାତିବର୍ଗର ଲୋକମାନେ ସକ୍ଷମ ହେବେ। କେନ୍ଦ୍ର ସରକାରଙ୍କ ସଂସ୍ଥାଗୁଡ଼ିକରେ ଚାକିରୀ, ପାଠପଢା ପାଇଁ ନାମ ଲେଖାରେ ସଂରକ୍ଷଣ ଓଡ଼ିଶାର ଏସିବିସି ବର୍ଗ ପାଇପାରୁନାହାନ୍ତି। ଏସିବିସିରୁ ଓବିସି ବର୍ଗର କେନ୍ଦ୍ରୀୟ ତାଲିକାରେ ସାମିଲ ହେଲେ ସଂରକ୍ଷଣର ସମସ୍ତ ସୁବିଧା ସୁଯୋଗ ପାଇପାରିବେ। ପାଠପଢ଼ା ପାଇଁ ଯେଉଁ ୨୭ ପ୍ରତିଶତ ସଂରକ୍ଷଣ ରହିଛି, ତାହା ମଧ୍ୟ ପାଇପାରିବେ। ଏନେଇ ରାଜ୍ୟ ସରକାର କେନ୍ଦ୍ରକୁ ଖୁବ୍‌ଶୀଘ୍ର ରିପୋର୍ଟ ଦେବେ ବୋଲି ଶ୍ରୀ ବିଶ୍ୱାଳ ଆଶାବ୍ୟକ୍ତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking