19.1 C
Bhubaneswar
Friday, February 6, 2026
Homeଓଡିଶାବିଦ୍ୟୁତ ଖୁଣ୍ଟ ପଡି ନାବାଳକ ଗୁରୁତର

ବିଦ୍ୟୁତ ଖୁଣ୍ଟ ପଡି ନାବାଳକ ଗୁରୁତର

ସୋର: ସୋରରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ବିଦ୍ୟୁତ ଖୁଣ୍ଟ ପଡି ଜଣେ ନାବାଳକ ଗୁରୁତର ହୋଇଥିବା ନେଇ ମିଳିଛି ସୂଚନା । ନାବାଳକ ଜଣକ ସେର ଥାନା ସରସଙ୍ଖ ଗ୍ରାମର ଦେବାଶିଷ ବେହେରା (୧୪) । ଦେବାଶିଷ ନିକଟସ୍ଥ ସରଶଙ୍ଖ ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢନ୍ତି। ଗୁରୁବାର ସକାଳେ ଟିଉସନରୁ ଫେରୁଥିବା ବେଳେ ପଞ୍ଚାୟତ ଅଫିସ ପାଖ ଗୁଲାସାହି ନିକଟରେ ଏକ କୁକୁଡା ବୋଝେଇ ଟ୍ରକ୍ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖଣ୍ଟକୁ ଧକା ଦେଇଥିଲା। ଫଳରେ ବିଦ୍ୟୁତ ଖୁଣ୍ଟଟି ଦେବାଶିଷଙ୍କ ସାଇକେଲ ଉପରେ ପଡ଼ିବାରୁ ଦେବାଶିଷଙ୍କର ସାଇକେଲ ଭାଙ୍ଗିବା ସହିତ ସେ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ତୁରନ୍ତ ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଓ ହେଲପର୍ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛିଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିକୁ ଜବତ କରି ଥାନାରେ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking