21.1 C
Bhubaneswar
Thursday, February 5, 2026
Homeଓଡିଶାଆଞ୍ଚଳିକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ

ଆଞ୍ଚଳିକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ

ଯାଜପୁର: ଯାଜପୁର ଟାଉନ ସ୍ଥିତ ଯାଜପୁର ଜ଼ିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଓଡିଶା ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ତରଫରୁ ଆଞ୍ଚଳିକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୬ଟି ଜିଲ୍ଲା ଯଥା କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ରୁ ୪୮ ଜଣ ପ୍ରତିଯୋଗୀ ଓ ସେମାନଙ୍କ ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଂଶଗ୍ରହଣ କରିଥିଲେ l ଛାତ୍ରଛାତ୍ରୀମାନେ “ମାନବ ସମାଜର ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା” ବିଷୟକୁ ଭିତ୍ତି କରି ଉନ୍ନତ କୃଷି ପ୍ରଣାଳୀ, ବିଜ୍ଞାନକ୍ଷେତ୍ରରେ ମହିଳାଙ୍କ ଭୂମିକା, ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗରେ ଚିକିତ୍ସା ଆଦି ବିଷୟରେ ନାଟକମାନ ପରିବେଷଣ କରିଥିଲେ l ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଥମ, ଖୋର୍ଦ୍ଧା ଦ୍ୱତୀୟ ଓ ଜଗତସିଂହପୁର ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ଯାଜପୁର ଜ଼ିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ବାସୁଦେବ ସେନାପତିଙ୍କ ଅଧକ୍ଷ୍ୟତାରେ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ, ସମ୍ମlନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସବିତା ସାହୁ ଓ ଯାଜପୁର ବ୍ଲକର ମଣ୍ଡଳ ଶିକ୍ଷଧିକାରୀ ଦେବିଲାଲ ମଲ୍ଲିକ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ଆଞ୍ଚଳିକ ସଂଯୋଜକ କୁମାରସେନ ସେନାପତି,ମୁଖ୍ୟ ବକ୍ତା ତଥା ବିଚାରକ ରୂପେ ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ମୋହନ ଚରଣ ଦାସ ଏବଂ ଅନ୍ୟ ବିଚାରକ ରୂପେ ଆହ୍ୱାନ ନାଟ୍ୟ ସଂସଦର ସମ୍ପାଦକ ବିଶ୍ୱଜିତ ସାହୁ ଯୋଗଦାନ କରିଥିଲେ l ପଞ୍ଚ ସଖା ଶିକ୍ଷା ସେତୁର ଜିଲ୍ଲା ସଂଯୋଜକ ଦିବ୍ୟଲୋଚନ ମହାପାତ୍ର ମଞ୍ଚ ସଂଚାଳନ କରିଥିଲେ l ଅପରାହ୍ନରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା l

ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସାହୁ ଓ ଅତିରିକ୍ତ ଜ଼ିଲ୍ଲା ଶିକ୍ଷାଧିକାରୀ ସୁରମା ମହାପାତ୍ର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଓ ଦୁଇ ବିଚାରକ ଉପସ୍ଥିତ ରହି କୃତ୍ତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିବାରେ ଯାଜପୁର ଜିଲ୍ଲା ସ୍କୁଲର ଶିକ୍ଷକ ରାଧାରମଣ ମହାରଣା, ରଶ୍ମିତା ଖିଲାର, ଶାଶ୍ଵତୀ ଦାସ, ସାଲୋନୀ ଅଗ୍ରୱାଲ ଏବଂ ଅନ୍ୟ ବିଦ୍ୟାଳୟରୁ ଆସିଥିବା ବରିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ରବୀନ୍ଦ୍ର କୁମାର ପତି, ଶରତ କୁମାର ସାହୁ, ଚିନ୍ମୟ ରଥ, ବିଜୟ କୁମାର ସାହୁ, ସତ୍ୟବ୍ରତ ପାଣି, ଜିତେନ୍ଦ୍ର ସାହୁ, ପ୍ରକାଶ କୁମାର ପଣ୍ଡା, ବିଷ୍ଣୁ ଚରଣ ସାହୁ, ଶିବବ୍ରତ ପାଣି, ସ୍ୱୟଂପ୍ରଭା ସାହୁ,ଲିପ୍ସା ସ୍ୱାଇଁ, ସ୍ମୃତିଶ୍ରୀ ଦେବି ଆଦି ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ lଯାଜପୁର ଜୋନାଲରୁ ପ୍ରଥମ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking