ବରଗଡ: ବିଲରେ ଛିଡି ପଡିଥିଲା ବିଦ୍ୟୁତ ତାର। ସେହି ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ ହୋଇଛି । ବରଗଡ ଜିଲ୍ଲା ପାଇକମାଳ ବୁକୁରାମୁଣ୍ଡା ପାଖରେ ଏଭଳି ଦୁଃଖଦ ଘଟଣା ଘଟିଛି । ବିଲରେ କୀଟନାଶକ ପକାଇବା ପାଇଁ ଯାଇଥିଲେ ଚାଷୀ ଜଣକ । ସେଠାରେ ବିଦ୍ୟୁତ ତାର ଲାଗି ତାଙ୍କର ମୃତ୍ୟୁ ହୋଇଛି । ସାଙ୍ଗେସାଙ୍ଗେ ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ବୁକୁରାମୁଣ୍ଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










