18.1 C
Bhubaneswar
Sunday, February 8, 2026
Homeଓଡିଶାଘର ଆଗରୁ ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଲୁଟ

ଘର ଆଗରୁ ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଲୁଟ

କଟକ: ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଲୁଟ। କଟକ ଟାଙ୍ଗୀ ଅଂଚଳରେ ଘର ସାମ୍ନାରୁ ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ନପଙ୍ଗ ପଞ୍ଚାୟତ ଇଟୁଆ କୋରକର ଗାଁର ରବୀନ୍ଦ୍ର ତ୍ରିପାଠୀ ଜମି କିଣିବା ଲାଗି ଟାଙ୍ଗୀ ଷ୍ଟେଟବ୍ୟାଙ୍କରୁ ୧୦ଲକ୍ଷ ଟଙ୍କା ଉଠାଇ ଘରକୁ ଆସିଥିଲେ। ଗାଡ଼ି ଘର ଆଗରେ ରଖି ଘର ଭିତରକୁ ଯାଇ ବାହାରକୁ ଆସିବା ସମୟରେ ତାଙ୍କ ଘର ସାମ୍ନାରୁ ସ୍କୁଟି ଡିକି ତାଡି ୧୦ ଲକ୍ଷ ଲୁଟେରା ମାନେ ନେଇଯାଇଥିଲେ। ଦୁଇଟି ବାଇକରେ ୪ ଜଣ ଆସି ଏହି ଲୁଟ କରିଥିବା ଅଭିଯୋଗକାରୀ କହିଛନ୍ତି। ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସିସିଟିଭି ଠାରୁ ଆରମ୍ଭ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking