28.1 C
Bhubaneswar
Thursday, February 5, 2026
Homeଓଡିଶାପ୍ରବଳ ବର୍ଷା: ଅଟକିଲା କଳିଙ୍ଗା ଘାଟି ମରାମତି କାର୍ଯ୍ୟ

ପ୍ରବଳ ବର୍ଷା: ଅଟକିଲା କଳିଙ୍ଗା ଘାଟି ମରାମତି କାର୍ଯ୍ୟ

କନ୍ଧମାଳ: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ପ୍ରଭାବରେ ଗଜପତି, ‌ଗଂଜାମ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବ‌ର୍ଷା ହୋଇଛି।  ଗତକାଲି ପବନ ସହ ବର୍ଷା ଲାଗିରହିଥିବା ବେଳେ ଆଜି ଭୋର୍‌ରୁ ବର୍ଷା ପରିମାଣ ବଢ଼ିବାରେ ଲାଗିଛି। ଆଜି ମଧ୍ୟ ତୁହାକୁ ତୁହା ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ଚାଷୀମାନେ ବ୍ୟାପକ ପ୍ରଭାବିତ ହୋଇଛନ୍ତି। ସେହିପରି ଭୂସ୍ଖଳନ ଯୋଗୁଁ ଧସିଥିବା କଳିଙ୍ଗା ଘାଟି ରାସ୍ତାର ମରାମତିରେ ବାଧା ପହଞ୍ଚିଛି।  ଅନ୍ୟପକ୍ଷରେ କଳିଙ୍ଗା ଘାଟିରେ ଭୁସ୍ଖଳନ ସ୍ଥାନରେ ପ୍ରଖର ଜଳସ୍ରୋତ ଦେଖାଯିବା ସହ ଉପରୁ ମାଟି ଅତଡ଼ା ପଥର ଖସି ରାସ୍ତାଉପରେ ଗଦା ହୋଇ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି। କଳିଙ୍ଗା ଘାଟିରେ ଭୁସ୍ଖଳନ ଘାଟି ରାସ୍ତାରେ ଯାତାୟତ ବନ୍ଦ ହେବା ୪୫ଦିନ ବିତି ଗଲାଣି ତଥାପି ରାସ୍ତା କାର୍ଯ୍ୟ ସ୍ୱାଭାବିକ ହିଇପାରୁନି। ଦିନ ଗଡ଼ିବାରେ ଲାଗିଛି। ବର୍ଷା ପରେ ବର୍ଷା ରାସ୍ତା କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବେଳେ ଦୁଇ ଜିଲ୍ଲାର ସିମାନ୍ତବର୍ତୀ ଅଞ୍ଚଳବାସୀ ନିଜ ନିଜ ଜୀବନ ଜୀବିକା ହରେଇ ଚିନ୍ତାରେ ଦିନ କାଟୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking