ପାରଳାଖେମୁଣ୍ଡି: ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୁସ୍ଖଳନର ଚିତ୍ର ସାମ୍ନାକୁ ଆସୁଛି। ରାୟଗଡ଼ ବ୍ଳକ ଅନ୍ତର୍ଗତ ଏସ୍ କରଡାସିଂ ପଞ୍ଚାୟତର ବଣ୍ଡା ଓ ଖିଲିଙ୍ଗି ଅଞ୍ଚଳକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତାର ଘାଟି ଉପରେ ଦୁଇଟି ସ୍ଥାନରେ ବଡ଼ ଧରଣର ଭୁସ୍ଖଳନ ଘଟିଛି। ଘାଟି ରାସ୍ତାର ଦୁଇଟି ବୁଲାଣିର ପ୍ରାୟ ଶହେ ମିଟରରୁ ଅଧିକ ରାସ୍ତା ମାଟି ଅତଡା ରେ ପୋତି ହୋଇଯାଇଛି ଫଳରେ ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି। ଖବର ପାଇ ଆଉ ଏକ ଜେସିବି ଘଟଣା ସ୍ଥଳକୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଆସୁଥିବା ଜଣାପଡିଛି। ପୁର୍ବରୁ ଭୁସ୍ଖଳନର ସମ୍ଭାବନା ଥିବା ଦୃଷ୍ଟିରୁ କରଡାସିଂ ପଞ୍ଚାୟତର କଣ୍ଟ୍ରୋଲ ରୁମରେ ଜେସିବି ଓ ଉଦ୍ଧାରକାରୀ ଦଳ ସଜାଗ ହୋଇ ରହିଥିଲେ। ଆହୁରି ଅନେକ ସ୍ଥାନରେ ଭୁସ୍ଖଳନ ହେବାର ସମ୍ଭାବନା ରହିଛି। ତେଣୁ ଆଶ୍ରୟ ସ୍ଥଳୀରେ ଥିବା ଲୋକଙ୍କୁ ଘରକୁ ଯିବାକୁ ବାରଣ କରାଯାଇଛି।










