ଭୁବନେଶ୍ୱର: ରାଜଧାନୀରେ ପୁଲିସ ବିରୋଧରେ ପୁଲିସର ଦୁଷ୍କର୍ମ ଅଭିଯୋଗ। ପୁଲିସ ଡିଜିଙ୍କ ହସ୍ତକ୍ଷେପ ପରେ ବି କମିସନରେଟ୍ ପୁଲିସ୍ ଜିଦ୍ରେ ଅଟଳ । ଏପର୍ଯ୍ୟନ୍ତ ଲାଗିପାରିଲାନି ଦୁଷ୍କର୍ମ ମାମଲା । ଜେଲ୍ରେ ଅଭିଯୁକ୍ତ ରହିଥିବାବେଳେ ଅଭିଯୋଗକାରୀ ସବ୍ ଇନସ୍ପେକ୍ଟରଙ୍କୁ ଦେଇଥିଲା ଧମକ । କହିଥିଲା, ଗଡ଼ ଗଡ଼ କରି ହାଣିଦେବି । ପୁଲିସ୍ ଡିଜିଙ୍କ ଚାପ ପରେ ବି ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଲାଗିପାରିନାହିଁ । କମିସନରେଟ୍ ପୁଲିସ୍ ଘଟଣାକୁ ହାଲୁକାରେ ନେଉଥିବା ଅଭିଯୋଗ ହୋଇଛି । ସୁବେଦାର ଯଶୋବନ୍ତ ଆଚାର୍ଯ୍ୟ ଓରଫ ରୋଶନ ତାଙ୍କୁ ଶାରୀରିକ ଶୋଷଣ କରିବା, ଗର୍ଭବତୀ ହେବା ପରେ ଗର୍ଭନଷ୍ଟ କରିବା ଭଳି ସଙ୍ଗିନ ଅଭିଯୋଗ ନେଇ ଯାଇଥିଲେ ଥାନାକୁ ମହିଳା ଏସ୍ଆଇ । ଏଫ୍ଆଇଆର୍ କପି ପାଇବାକୁ ବି ତାଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । ଓଲଟି ଅଭିଯୁକ୍ତ ଆଇଆଇସିଙ୍କୁ ମିଳିଥିଲା ଜ୍ୱାଇଁ ଚର୍ଚ୍ଚା । ପୀଡ଼ିତା ନିଜେ ଜଣେ ସବ୍ ଇନ୍ସପେକ୍ଟର ହୋଇଥିବାରୁ ତାଙ୍କୁ ନିୟମ କାନୁନ ଜଣା । ସେଥିଲାଗି ସେ ନିଜ ଥାନାରେ ଅଭିଯୋଗ ନକରି ବାଛିଥିଲେ ମହିଳା ଥାନା । ହେଲେ ଥାନାକୁ ଯାଏ ନ୍ୟାୟ ପାଇବା ବଦଳରେ ଅତ୍ୟାଚାର ପାଇଥିବା ସେ କହିଛନ୍ତି।










