ଭୁବନେଶ୍ୱର: ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ବନ୍ଦର ପାଇଁ ବିପଦ ସଂକେତ ଜାରି । ଗୋପାଳପୁର ବନ୍ଦର ପାଇଁ ୩ନଂ ବିପଦ ସଂକେତ ଜାରି । ଅନ୍ୟ ବନ୍ଦର ପାଇଁ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଅନ୍ୟପଟେ ବର୍ଷା ହେବା ପରେ ଧସିଲା ପାହାଡ । ଗଜପତି ଜିଲ୍ଲାର ଗରବା ଓ ଲିଙ୍ଗା ମଝିରେ ଭୂସ୍ଖଳନ ହୋଇଛି । ପାହାଡ ଧସିବା ଫଳରେ ରାସ୍ତା ଅବରୋଧ ହୋଇଛି । ଯାତାୟତ ଠପ ହୋଇଛି । ଗୁମ୍ମା- କାଶ୍ମୀରନଗରକୁ ସଂଯୋଗ କରୁଥିଲା ରାସ୍ତା । ରାସ୍ତା ପରିଷ୍କାର ପାଇଁ ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି । ଜେସିବି ଲଗାଇ ମାଟି ଅତଡା ସଫା କରୁଛି ପ୍ରଶାସନ ।










