27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଆଇସିୟୁରେ ଶ୍ରେୟସ ଆୟର

ଆଇସିୟୁରେ ଶ୍ରେୟସ ଆୟର

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ ଦଳର ଉପଅଧିନାୟକ ଶ୍ରେୟସ ଆୟର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଫିଲ୍ଡିଂ ବେଳେ ଶ୍ରେୟସ ଆହତ ହୋଇଥିବା ଜଣାପଡିଛି । ଶ୍ରେୟସ ଆୟରଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ICU)ରେ ଅଛନ୍ତି। ଆଲେକ୍ସ କ୍ୟାରିଙ୍କୁ ଆଉଟ୍ କରିବା ପାଇଁ ବ୍ୟାକୱାର୍ଡ ପଏଣ୍ଟରୁ ପଛକୁ ଦୌଡ଼ି ଏକ ଚମତ୍କାର କ୍ୟାଚ୍ ନେଇଥିବା ଶ୍ରେୟସ ଆୟରଙ୍କ ବାମ ପାଞ୍ଜରାରେ ଆଘାତ ଲାଗିଛି । ଶନିବାର ଡ୍ରେସିଂ ରୁମକୁ ଫେରିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଯାଇଥିଲା। “ରକ୍ତସ୍ରାବ ଯୋଗୁଁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ତାଙ୍କୁ ସୁସ୍ଥ ହେବା ଉପରେ ନିର୍ଭର କରି ଦୁଇରୁ ସାତ ଦିନ ପର୍ଯ୍ୟନ୍ତ ଅବଜରଭେସନରେ ରହିବେ ଶ୍ରେୟସ । ଭାରତୀୟ କ୍ରିକେଟ୍ ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିନାହିଁ କିନ୍ତୁ ଏହା ଜଣାପଡ଼ିଛି ଯେ ଆୟରଙ୍କୁ ଆହୁରି ଦୁଇ ଦିନ ପାଇଁ ଆଇସିୟୁରେ ରହିବାର ସମ୍ଭାବନା ଅଛି ଏବଂ ଯଦି ଆଗାମୀ 48 ଘଣ୍ଟା ମଧ୍ୟରେ ରକ୍ତସ୍ରାବ କମି ନଯାଏ ତେବେ ତାଙ୍କର ରହଣିକୁ ବୃଦ୍ଧି କରାଯାଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking