17.1 C
Bhubaneswar
Wednesday, February 4, 2026
Homeଖେଳତୃତୀୟ ଦିନିକିଆରେ ଭାରତ ବିଜୟ

ତୃତୀୟ ଦିନିକିଆରେ ଭାରତ ବିଜୟ

ନୂଆଦିଲ୍ଲୀ: ସିଡ୍‌ନୀରେ ତୃତୀୟ ଦିନିକିଆରେ ଭାରତ ବିଜୟ। ସମାଲୋଚକଙ୍କ ମୁହଁ ବନ୍ଦ କଲେ ଦୁଇ ଭେଟେରାନ ଖେଳାଳୀ ରୋହିତ ଓ ବିରାଟ। ରୋହିତ ଶର୍ମାଙ୍କ ଦମଦାର ଶତକ ଏବଂ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବା ଇନିଂସ ଭାରତକୁ ଜିତାଇଛି। ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୯ ୱିକେଟରେ ବିଜୟ ହୋଇଛି। ପରାଜୟ ସତ୍ତ୍ୱେ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୨-୧ରେ ଜିତିଛି। ମିଚେଲ ମାର୍ଶ ଲଗାତାର ତୃତୀୟ ଥର ପାଇଁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆ ୪୬.୪ ଓଭରରେ ୨୩୬ ରନ କରି ଅଲଆଉଟ୍ ହୋଇଥିଲା। ହର୍ଷିତ ରାଣା ୪ଟି ୱିକେଟ ନେଇଥିଲେ। ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ୨୩୭ ରନ୍ ର ଟାର୍ଗେଟ ଦିଆଯାଇଥିଲା। ଭାରତ ୩୮.୩ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ରୋହିତ ଶର୍ମା ୧୨୧ ଏବଂ ବିରାଟ କୋହଲି ୭୪ ରନ୍ କରି ଅପରାଜିତ ରହିଥିଲେ। ରୋହିତ ତାଙ୍କର ୩୩ତମ ଦିନିକିଆ ଶତକ ହାସଲ କରିଛନ୍ତିକିଙ୍ଗ କୋହଲି ଦିନିକିଆରେ ସର୍ବାଧିକ ରନ୍ କରିବାରେ କୁମାର ସାଙ୍ଗାକାରଙ୍କୁ ପଛରେ ପକାଇ ଏହି ଫର୍ମାଟରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। ସେ କୁମାର ସାଙ୍ଗାକାରାଙ୍କ (୧୪,୨୩୪) ରେକର୍ଡ ଭାଙ୍ଗିଛନ୍ତି। କେବଳ ସଚିନ ତେନ୍ଦୁଲକର (୧୮୪୨୬ ରନ୍) ଏବେ କୋହଲି (୧୪୨୫୫ ରନ୍)ଙ୍କଠାରୁ ଆଗରେ ଅଛନ୍ତି।।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking