କଟକ: କଟକ ଯୋବ୍ରା ବ୍ୟାରେଜରୁ ଡେଇଁ ପଡିଲେ ଯୁବତୀ । ସ୍କୁଟି ରଖି ଡେଇଁ ପଡିଥିବା ସୂଚନା ମିଳିଛି । ଯୁବତୀ ଜଣଙ୍କ ଜଗତପୁରର ବୋଲି ସୂଚନା ମିଳିଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ପାଖାପାଖି ଅଧ ଘଣ୍ଟା ଧରି ରେସ୍କ୍ୟୁ ଅପରେସନ ଚାଲିଛି ହେଲେ ଯୁବତୀଙ୍କ ପତ୍ତା ମିଳିପାରି ନାହିଁ କି ପରିଚୟ ସ୍ପଷ୍ଟ ହୋଇପାରିନାହିଁ । ତେବେ ଯୁବତୀ ଜଣଙ୍କ କାହିଁକି ଡେଇଁଲେ , କାରଣ କଣ ହୋଇଥାଇପାରେ ତାହା ଏଯାଏଁ ଜଣାପଡିନାହିଁ ।









