27.1 C
Bhubaneswar
Wednesday, February 4, 2026
Homeଓଡିଶାଅଣଛାତ୍ର ଗିରଫ ଦାବିରେ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

ଅଣଛାତ୍ର ଗିରଫ ଦାବିରେ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

ଯାଜପୁର: ଆମ ପ୍ରିନସିପାଲଙ୍କୁ ନ୍ୟାୟ ମିଳୁ, ଆମର ଦାବି ପୂରଣ କର, ଆକ୍ରମଣକାରୀକୁ ଜଲଦି ଗିରଫ କରାଯାଉ ଏମିତି କିଛି ନାରା ଦେଇ ଭାରତୀ ବିହାର ମହାବିଦ୍ୟାଳୟ ହରିପୁରର ଛାତ୍ରଛାତ୍ରୀ ସୁକିନ୍ଦା ହାତିବାରି ମୁଖ୍ୟ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ । ସୂଚନା ଥାଉ କି ଗତ ୧୩ ତାରିଖ ଦିନ ହରିପୁର ଗ୍ରାମର ମିଟୁ ରାଉତ ନାମକ ଜୈନିକ ଯୁବକ ହରିପୁର ମହାବିଦ୍ୟାଳୟ ଯୁକ୍ତ ଦୁଇର ଅଧ୍ୟକ୍ଷ ନନ୍ଦ କିଶୋର ଖଣ୍ଡାଇଙ୍କୁ ବିଭିନ୍ନ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହ ତଳେ ପକାଇ ଗୋଇଠା ବିଧା ମାରି ଆହତ କରିଦେଇଥିଲେ। ଯାହା ଫଳରେ କଲେଜର ଅଧ୍ୟକ୍ଷ ଶ୍ରୀ ଖଣ୍ଡାଇ ତାଙ୍କ ଷ୍ଟାଫ ମାନଙ୍କ ସହ ସୁକିନ୍ଦା ଥାନା ଯାଇ ମିଟୁ ରାଉତ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗର ୬ ଦିନ ବିତି ଯାଇଥିଲେ ମଧ୍ୟ ସୁକିନ୍ଦା ପୋଲିସର ହାତ ଖାଲି ନା ମିଟୁ ରାଉତଙ୍କୁ ଗିରଫ କରିପାରିଲେ ନାଅଧ୍ୟକ୍ଷ ଙ୍କୁ ନାୟ ଦେଇ ପାରିଲେ l ଆକ୍ରମଣ କାରି ଶାସକ ଦଳ ର ମୁଖ୍ୟ କର୍ମୀ ହୋଇ ଥିବାରୁ ପୋଲିସ ତାଙ୍କ ନାମ ରେ କେଶ ରୁଜୁ କରିବା ପାଇଁ ଭୟ କରୁ ଛନ୍ତି ଡବଲ ଇଞ୍ଜିନ ସରକାର ସମୟ ଅପରାଧୀ କୁ ସବୁ ମାପ l ଅଧ୍ୟକ୍ଷଙ୍କୁ ନ୍ୟାୟ ମିଳିପାରିଲା । ଯାହା ଫଳରେ ଆଜି ଭାରତୀ ବିହାର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ଖଣ୍ଡାଇ ସାରଙ୍କୁ ନ୍ୟାୟ ଦାବିରେ ସୁକିନ୍ଦା ହାତିବାରି ମୁଖ୍ୟ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ । ଏମିତି କି ଛାତ୍ରଛାତ୍ରୀମାନେ ନିଜ ପତିକ୍ରିୟାରେ କହିଛନ୍ତି ଏଠି ଯଦି ଆମ ବିଦ୍ୟାଳୟର ଅଧ୍ୟକ୍ଷ ସୁରକ୍ଷିତ ନାହାନ୍ତି ଆମେମାନେ କେମିତି ସୁରକ୍ଷିତ ରହିବୁ ଆମକୁ ସୁରକ୍ଷା ଦେବା ସହିତ ଆମ ସାରଙ୍କୁ ଜଲଦି ନ୍ୟାୟ ମିଳୁ । ପରେ ଏନେଇ କଲେଜର ଅଧ୍ୟକ୍ଷ ଶ୍ରୀ ଖଣ୍ଡାଇଙ୍କ ପତିକ୍ରିୟା ନେବାରୁ ସେ ତାଙ୍କ ପତିକ୍ରିୟାରେ ସମ୍ପୂର୍ଣ୍ଣ ଘଟଣାର ଆଲୋକପାତ କରାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା କଲେଜର ଅଧ୍ୟକ୍ଷ ଶ୍ରୀ ଖଣ୍ଡାଇଙ୍କୁ ସୁକିନ୍ଦା ପୋଲିସ କେବେ ନ୍ୟାୟ ଦେଉଛନ୍ତି ।ଆସାମୀ କୁ ଗିରଫ କରୁ ଛନ୍ତି ଛାତ୍ର ଛାତ୍ରୀ ମାନେ ଅପେକ୍ଷା କରିଛନ୍ତି ଆନ୍ଦୋଳନକୁ ଶିକ୍ଷକ ମହାସଙ୍ଗ ରାଜ୍ୟବାସି ଯୋର ଦାର କରିବ l ଡବଲ ଇଞ୍ଜିନି ସରକାର ସମୟ ରେ ଶିକକ୍ଷ ନାରୀ କେହି ସୁରକ୍ଷିତ ନୁହଁନ୍ତି ଜଳ ହୋଇ ଦେଖାଯାଉଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking