13.1 C
Bhubaneswar
Wednesday, January 14, 2026
Homeଓଡିଶାନୂଆପଡାର ବରିଷ୍ଠ ଆଦିବାସୀ ନେତା ବିଜେଡିକୁ ଫେରିଲେ

ନୂଆପଡାର ବରିଷ୍ଠ ଆଦିବାସୀ ନେତା ବିଜେଡିକୁ ଫେରିଲେ

ଭାନୁ ପ୍ରତାପ ସିଂହ ମାଝୀଙ୍କ ପ୍ରତ୍ୟାବର୍ତ୍ତନ, ବିଜେଡିର ଶକ୍ତି ବୃଦ୍ଧି
ନୂଆପଡାରେ ବିଜେଡିର ବିଜୟ ସୁନିଶ୍ଚିତ: ଭାନୁପ୍ରତାପ

ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ଦଳର ଉପସଭାପତି ଶ୍ରୀଯୁକ୍ତ ପ୍ରତାପ ଜେନା, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ତଥା ନୂଆପଡା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଭାନୁ ପ୍ରତାପ ସିଂହ ମାଝୀଙ୍କର ବହିଷ୍କାର ପ୍ରତ୍ୟାହାର କରିଛନ୍ତି । ବହିଷ୍କାର ପ୍ରତ୍ୟାହାର ପରେ ଶଙ୍ଖ ଭବନଠାରେ ଶ୍ରୀ ମାଝୀଙ୍କୁ ଦଳ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଉପସଭାପତି ଶ୍ରୀ ପ୍ରତାପ ଜେନା, ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ରାଜ୍ୟସଭା ସାଂସଦ ତଥା ସାଧାରଣ ସମ୍ପାଦକ ଶ୍ରୀ ନିରଂଜନ ବିଶି ଶ୍ରୀ ମାଝୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ।

ଉଲ୍ଲେଖ୍ୟଯୋଗ୍ୟ, ନୂଆପଡା ଜିଲ୍ଲା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଘାସିରାମ ମାଝୀଙ୍କ ପୁତୁରା ହେଉଛନ୍ତି ଶ୍ରୀ ଭାନୁ ପ୍ରତାପ ସିଂହ ମାଝୀ । ଶ୍ରୀ ମାଝୀ ତିନି ତିନି ଥର ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚିତ ହୋଇଥିଲା ବେଳେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଅଛନ୍ତି । ଏହି ଅବସରରେ ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ କହିଥିଲେ, ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଏବଂ ନବୀନ ବାବୁଙ୍କ ନେତୃତ୍ୱରେ ମୁଁ ଦୀର୍ଘ ଦିନ ଧରି ପ୍ରଥମେ ଜନତା ଦଳ ଏବଂ ପରେ ବିଜୁ ଜନତା ଦଳରେ କାର୍ଯ୍ୟ କରିଆସୁଛି । ଦଳରୁ ବହିଷ୍କୃତ ହୋଇଥିଲେ ମଧ୍ୟ କୌଣସି ଅନ୍ୟ ଦଳରେ ଯୋଗ ଦେଇ ନାହିଁ, ବିଜୁ ଜନତା ଦଳର ନୀତି ଆଦର୍ଶରେ ବିଶ୍ୱାସ ରଖି ରାଜନୀତି କରି ଆସୁଛି । ଆଜି ବହିଷ୍କାର ଆଦେଶ ପ୍ରତ୍ୟାହୃତ ହେବା ପରେ ମୁଁ ମୋର ନିଜ ଘରୁ ଫେରି ଆନନ୍ଦିତ । ବର୍ତ୍ତମାନ ନୂଆପଡା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିପୁଳ ବିଜୟ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବୁ । ନବୀନ ବାବୁଙ୍କ କାର୍ଯ୍ୟକାଳ ସମୟରେ ନୂଆପଡା ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହେବା ସହ ଆଦିବାସୀ ମାନଙ୍କର ବିକାଶ ପାଇଁ ବହୁ ଉନ୍ନୟନମୂଳକ ପଦକ୍ଷେପ ନିଆଯାଇଛି । ନୂଆପଡାବାସୀ ବିଜୁ ଜନତା ଦଳ ସହିତ ଅଛନ୍ତି ଏବଂ ଆଗାମୀ ଉପନିର୍ବାଚନରେ ବିଜୁ ଜନତା ଦଳର ବିଜୟ ସୁନିଶ୍ଚିତ ବୋଲି ଶ୍ରୀ ମାଝୀ ଦମ୍ଭୋକ୍ତି ପ୍ରକାଶ କରିଥିଲେ ।

Senior tribal leader of Nuapada returns to BJD

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking