28.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟ: ଭାରତୀୟ ଜନତା ପାର୍ଟି ଶାସିତ ଗୁଜରାଟ ସରକାରର ସମସ୍ତ ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ସେମାନଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ୧୬ ଅକ୍ଟୋବର, ୨୦୨୫ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମନ୍ତ୍ରୀମାନେ ଇସ୍ତଫା ଦେଇଥିଲେ। ଇସ୍ତଫା ପୂର୍ବରୁ ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ବ୍ୟତୀତ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଥିଲା। ଗୁଜୁରାଟ ମନ୍ତ୍ରୀମାନଙ୍କ ଦ୍ୱାରା ଦାଖଲ ହୋଇଥିବା ଇସ୍ତଫାପତ୍ର ରାଜ୍ୟପାଳଙ୍କ ନିକଟରେ ଦାଖଲ କରିଥିଲେ। ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । କାଲି ଗୁଜୁରାଟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ। ଶୁକ୍ରବାର ସକାଳ ୧୧:୩୦ରେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ।

ଗୁଜରାଟ ସରକାରଙ୍କ ମନ୍ତ୍ରୀମାନଙ୍କ ତାଲିକା ଏଠାରେ ପଢ଼ନ୍ତୁ-

୧. କାନୁଭାଇ ଦେଶାଇ – ଅର୍ଥ, ଶକ୍ତି ଏବଂ ପେଟ୍ରୋକେମିକାଲ୍ସ (ପାରଡି)

୨. ବଲୱନ୍ତ ସିଂହ ରାଜପୁତ – ଶିଳ୍ପ, ଶ୍ରମ ଏବଂ ନିଯୁକ୍ତି (ସିଦ୍ଧପୁର)

୩. ଋଷିକେଶ ପଟେଲ – ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ଉଚ୍ଚଶିକ୍ଷା (ବିସନଗର)

୪. ରାଘବଜୀ ପଟେଲ – କୃଷି, ପଶୁପାଳନ ଏବଂ ମତ୍ସ୍ୟପାଳନ (ଜାମନଗର ଗ୍ରାମୀଣ)

୫. କୁନୱାର୍ଜିଭାଇ ବାଭାଲିଆ – ଜଳ ଯୋଗାଣ ଏବଂ ନାଗରିକ ଯୋଗାଣ (ଜସଦାନ)

୬. ଭାନୁବେନ ବାବରିଆ – ସାମାଜିକ ନ୍ୟାୟ ଏବଂ ମହିଳା ଓ ଶିଶୁ ବିକାଶ (ରାଜକୋଟ ଗ୍ରାମୀଣ)

୭. ମୁଲୁଭାଇ ବେରା – ପର୍ଯ୍ୟଟନ, ଜଙ୍ଗଲ ଏବଂ ପରିବେଶ (ଖମ୍ବଲିଆ)

୮. କୁବେର ଡିଣ୍ଡୋର – ଶିକ୍ଷା ଏବଂ ଆଦିବାସୀ ବିକାଶ (ସନ୍ତରାମପୁର ଏସ୍ଟି)

୯. ନରେଶ ପଟେଲ – ଗଣଦେବୀ

୧୦. ବାଚୁଭାଇ ଖବାଦ୍ – ଦେବଗଡ଼ ବାରିଆ

୧୧. ପରଶୋଟମ୍ ସୋଲାନ୍କି – ଭବନଗର ରୁରଲ

୧୨. ହର୍ଷ ସାଂଘଭି – ମଜୁରା

୧୩. ଜଗଦୀଶ ବିଶ୍ୱକର୍ମା – ନିକୋଲ

୧୪. ମୁକେଶଭାଇ ଜିନଭାଇ ପଟେଲ – ଓଲପାଡ଼

୧୫. କୁନୱାଜିଭାଇ ହାଲାପାଟୀ – ମାଣ୍ଡଭି (ଏସଟି)

୧୬. ଭୀକୁଭାଇ ଚାଟୁରିସିଂ ପରମାର – ମୋଡାସା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking