27.1 C
Bhubaneswar
Saturday, December 6, 2025
Homeଓଡିଶାମମତାଙ୍କ ମନ୍ତବ୍ୟ ପାଇଁ ପୀଡିତା ଅଧିକ ଚାପରେ: ଐଶର୍ଯ୍ୟା ବିଶ୍ୱାଳ

ମମତାଙ୍କ ମନ୍ତବ୍ୟ ପାଇଁ ପୀଡିତା ଅଧିକ ଚାପରେ: ଐଶର୍ଯ୍ୟା ବିଶ୍ୱାଳ

ନୂଆଦିଲ୍ଲୀ: ପୀଡିତା ଓଡିଆ  ଛାତ୍ରୀଙ୍କୁ ଭେଟିବା ପରେ  ବିଜେପି ମହିଳା ମୋର୍ଚ୍ଚା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ଘଟଣା ଘଟିବା ପରେ ପୀଡିତା ମାନସିକ ଚାପରେ ରହିଛି ।  ଜଣେ ଡାକ୍ତର ହିସାବରେ ମୁଁ ମୋ ଅଭିଜ୍ଞତାରୁ ଏହା ଅନୁଭବ କରିଛି ।  ଶାରୀରିକ ସୁସ୍ଥତା ଫେରିଲେ ବି ମାନସିକ ଚାପରୁ ମୁକୁଳିବା ଏତେ ସହଜ ନୁହେଁ ।  ମହିଳା ମୁଖ୍ୟମନ୍ତ୍ରୀ ମମତାଙ୍କ ବୟାନ ତାଙ୍କ ମାନସିକ ଚାପ ବଢାଇ ଦେଇଛି । ମେଡିକାଲ ତଥ୍ୟ ଅନୁସାରେ  ପୀଡିତା  ୭ଟା ୫୮ରେ ବାହାରକୁ ଯାଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ମମତା ରାତି ୧୨ ପରେ  ବାହାରକୁ  ଯାଇଥିବା  କହିଛନ୍ତି ।  ଓଡିଆ ଛାତ୍ରୀଙ୍କୁ  ନିନ୍ଦିତ କରିବା ପାଇଁ  ମମତା ବାନାର୍ଜୀ ଏପରି କହିଛନ୍ତି ।  ରାତିରେ ଝିଅମାନେ  ବାହାରକୁ  ଯିବା ଠିକ ନୁହେଁ  କହିବା ନିନ୍ଦନୀୟ ।  ଆତ୍ମନିର୍ଭର ହେବାକୁ  ମହିଳା କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।  ମମତାଙ୍କ ଏପରି ମନ୍ତବ୍ୟକୁ ସାରା ଦେଶରେ  ନିନ୍ଦା କରାଯାଉଛି ।  ପୀଡିତାକୁ ଭଲ ଚିକିତ୍ସା , ସୁରକ୍ଷା ଦେବା ଓ କ୍ଷତିପୂରଣ ଆମର ଦାବି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking