ଭୁବନେଶ୍ୱର: ନୂଆପଡା ନିର୍ବାଚନରେ ବ୍ୟବହାର ହେବ ହେଲିକଫ୍ଟର । ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ ଏନେଇ ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଯେ ସୁରକ୍ଷା ଓ ଜଙ୍ଗଲ ଅଞ୍ଚଳ ଥିବାରୁ ହେଲିକପ୍ଟର ବ୍ୟବହାର କରାଯିବ । ଭୋଟଦାନ ପାଇଁ ୫୬ଟି ବୁଥ୍ ହୋଇଛି । ୧୪ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଆଚରଣବିଧି ଉଲ୍ଲଂଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ସୂଚନାଯୋଗ୍ୟ, ନୂଆପଡା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଆଜିଠୁ ନାମାଙ୍କନ କରିପାରିବେ ପ୍ରାର୍ଥୀ ା ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨ ତାରିଖ ନାମାଙ୍କନ ଯାଞ୍ଚ , ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ, ୧୪ରେ ଫଳାଫଳ ପ୍ରକାଶ ପାଇବ ା ମାଓ ପ୍ରବଳ ୪୭ଟି ବୁଥରେ ସକାଳ ୭ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଭୋଟ । ବାକି ବୁଥରେ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ହେବ ।










