31.1 C
Bhubaneswar
Thursday, April 30, 2026
Homeଓଡିଶାରାଜ୍ୟସ୍ତରୀୟ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ବାଜି ରାଉତଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ପ୍ରତିମୂର୍ତ୍ତିରେ...

ରାଜ୍ୟସ୍ତରୀୟ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ବାଜି ରାଉତଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଏହି ଦୁଇ ମହାନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଶହୀଦ ବାଜି ରାଉତ ମେମୋରିଆଲ ଫାଉଣ୍ଡେସନ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ ପ୍ରମୁଖ ଯୋଗଦେଇ ଓଡିଶା ବିଧାନସଭା ପାର୍ଶ୍ୱ ଫାଟକ-୧ ସ୍ଥିତ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶହୀଦଙ୍କ ସ୍ମୃତିଚାରଣ କରିଥିଲେ ।

ଏତଦବ୍ୟତୀତ ୟୁନିଟ-୮ ଡ଼ି.ଏ.ଭି. ପବ୍ଲିକ ସ୍କୁଲ ଛକସ୍ଥିତ ଶହୀଦ ବାଜି ରାଉତ ଓ ମାଷ୍ଟରକ୍ୟାଣ୍ଟିନ ଛକ ସ୍ଥିତ ଲୋକନାୟକ ଜୟନାରାୟଣଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା । ଉକ୍ତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ, ବୈଷୟିକ ନିର୍ଦ୍ଦେଶକ ଶ୍ରୀ ଗୁରବୀର ସିଂ, ଉପ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରିୟ ଜେନା, ପ୍ରଦର୍ଶନୀ ଅଧିକାରୀ ଶ୍ରୀ ଦୀପକ କୁମାର ସାହୁ,ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ, ଶହୀଦ ବାଜି ରାଉତ ମେମୋରିଆଲ ଫାଉଣ୍ଡେସନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ସମାଜସେବୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking