33.1 C
Bhubaneswar
Monday, May 4, 2026
Homeଦେଶ ବିଦେଶପୂର୍ବତନ ପିଡବ୍ଲୁଡି ମୁଖ୍ୟ ଯନ୍ତ୍ରୀ ଜେପି ମେହେରାଙ୍କ ଘରେ ଲୋକାୟୁକ୍ତ ଟିମର ଚଢାଉ

ପୂର୍ବତନ ପିଡବ୍ଲୁଡି ମୁଖ୍ୟ ଯନ୍ତ୍ରୀ ଜେପି ମେହେରାଙ୍କ ଘରେ ଲୋକାୟୁକ୍ତ ଟିମର ଚଢାଉ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପିଡବ୍ଲୁଡିର ପୂର୍ବତନ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଲୋକାୟୁକ୍ତ ଚଢାଉ କରିଛନ୍ତି। ଲୋକାୟୁକ୍ତ ଦଳ ମାନ୍ନିପୁରମରେ ଜେପି ମେହେରାଙ୍କ ବାସଭବନରେ ଚଢାଉ କରିଛନ୍ତି।ପବ୍ଲିକ୍ ୱାର୍କସ୍ ଡିପାର୍ଟମେଣ୍ଟର ପୂର୍ବତନ ମୁଖ୍ୟ ଯନ୍ତ୍ରୀଙ୍କ ବିରୋଧରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦୁର୍ନୀତି ଅଭିଯୋଗ ଆସିଛି। ଲୋକାୟୁକ୍ତ ଅଧିକାରୀମାନେ ବର୍ତ୍ତମାନ ଜିପି ମେହେରାଙ୍କ ଘର ଖୋଜୁଛନ୍ତି। ଲୋକାୟୁକ୍ତର ୪ ଜଣ ଡିଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଭୋପାଲ ଓ ନର୍ମଦାପୁରମର ୪ଟି ସ୍ଥାନରେ ଗୁରୁବାର ସକାଳୁ ଏକକାଳୀନ ରେଡ ହୋଇଥିଲା। ଏହି ସମୟରେ ମେହରାଙ୍କ ମଣିପୁରମ କଲୋନୀରେ ଥିବା ବିଳାସପୂର୍ଣ୍ଣ ଘରୁ ନଗଦ ୮.୭୯ ଲକ୍ଷ ଟଙ୍କା, ୫୦ ଲକ୍ଷ ଟଙ୍କାର ସୁନା ଓ ୫୬ ଲକ୍ଷ ଟଙ୍କାର ଫିକ୍ସଡ ଜମାର କାଗଜପତ୍ର ମିଳିଛି। ଜଣାଯାଏ ଯେ ପବ୍ଲିକ୍ ୱାର୍କସ୍ ବିଭାଗରେ ତାଙ୍କ କାର୍ଯ୍ୟକାଳ ସମୟରେ, ଜେପି ମେହେରା ଅନେକ ଗୁରୁତର ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଏହି ମାମଲା ସହିତ ଜଡିତ ହୋଇ ଲୋକାୟୁକ୍ତ ଦଳ ଚଢାଉ କରିଥିଲା। ବର୍ତ୍ତମାନ, ଲୋକାୟୁକ୍ତ ଦଳ ଜିପି ମେହେରାଙ୍କ ବାସଭବନରେ କାଗଜପତ୍ର ଯାଞ୍ଚ କରୁଛନ୍ତି।

ମେହରାଙ୍କ ଠିକଣାରୁ ଏତେ ପରିମାଣର ନଗଦ ଟଙ୍କା ମିଳିଛି ଯେ ସେଗୁଡ଼ିକୁ ଗଣିବା ପାଇଁ ଏକାଧିକ ମେସିନ ମଗା ଯାଇଥିଲା। ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖରୁ ୩ କୋଟି ଟଙ୍କାର ସୁନା ଓ କେଜି କେଜି ରୁପା ଅଳଙ୍କାର ମିଳିସାରିଲାଣି। କିନ୍ତୁ ତାଙ୍କ ଫାର୍ମ ହାଉସରୁ ୧୭ ଟନର ମହୁ ବସ୍ତା ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ବର୍ତ୍ତମାନ ସୁଦ୍ଧା ମେହରାଙ୍କ ଠିକଣାରୁ ମୋଟ ୩୬.୦୪ ଲକ୍ଷ ଟଙ୍କା, ୨.୬୪୯ କେଜିର ସୁନା, ୫.୫୨୩ କେଜିର ରୁପା, ଜମା ଟଙ୍କା, ବୀମା, ଶେୟାର ଦସ୍ତାବିଜ, ଏକାଧିକ ସମ୍ପତ୍ତି ଓ ୪ଟି ଦାମୀ କାରକୁ ଜବତ କରାଯାଇଛି। ଏବେ ଜବତ ସମ୍ପତ୍ତିର ମୂଲ୍ୟକୁ ଲୋକାୟୁକ୍ତ ପକ୍ଷରୁ ଯାଞ୍ଚ କରାଯାଉଛି। ଫରେନ୍ସିକ ଟିମ ମଧ୍ୟ ଜବତ ଦସ୍ତାବିଜ, ଡିଜିଟାଲ ଫାଇଲ୍ସ ଓ ବ୍ୟାଙ୍କ ରେଡର୍କର ଯାଞ୍ଚ କରାଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking