24.1 C
Bhubaneswar
Monday, March 23, 2026
Homeଓଡିଶାରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୫ ପାଳିତ

ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୫ ପାଳିତ

ଭୁବନେଶ୍ୱର:  ସମାଜ ପ୍ରତି ବରିଷ୍ଠ ନାଗରିକମାନଙ୍କର ଅବାଦନକୁ ସ୍ୱୀକାର କରିବା ପାଇଁ ଆଜିର ଏହି ବରିଷ୍ଠ ନାଗରିକ ଦିବସ ସମର୍ପିତ ହୋଇଥିଲେ ମଧ୍ୟ ଆମକୁ ସବୁଦିନ ପାଇଁ ଏହି ଅବଦାନକୁ ମନେ ରଖିବାକୁ ହେବ । ଜ୍ଞାନ ଓ ଅଭିଜ୍ଞତାର ଅମୂଲ୍ୟ ଉତ୍ସ ହେଉଛନ୍ତି ବରିଷ୍ଠ ନାଗରିକ । ସୁସ୍ଥ ସମାଜ ଗଠନ ଏବଂ ଏହାର ବିକାଶରେ ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତା ଓ ମାର୍ଗଦର୍ଶନ ବିଶେଷ ସହାୟକ ହୋଇଥାଏ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି । ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୫ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ଆମେ ବିକଶିତ ଭାରତର ଯେଉଁ ସ୍ୱପ୍ନ ଦେଖଛେ ଏବଂ ଭାରତକୁ ବିଶ୍ୱଗୁରୁ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଛେ ତାକୁ ସାକାର କରିବା ଦିଗରେ ବରିଷ୍ଠ ନାଗରିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସରକାର ମଧ୍ୟ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ପ୍ରତି ସଚେତନ ଅଛନ୍ତି ଏବଂ ଏହାର ସମାଧାନ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ସମାଜର ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅନୁଭବ ଓ ଆଶୀର୍ବାଦକୁ ପାଥେୟ କରି ଆମେ ନିଶ୍ଚିତ ସେହି ଲକ୍ଷ୍ୟ ହାସଲ କରିପାରିବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଥିଲେ । ଭୁବନେଶ୍ୱର-ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆମେ ସମସ୍ତେ ସ୍ନେହ, ଶ୍ରଦ୍ଧାରେ ବନ୍ଧା । ତେଣୁ ବୟସ୍କମାନଙ୍କୁ ଯଥେଷ୍ଟ ଗୁରୁତ୍ୱ ଦେଇ ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ଯୋଗାଇଦେବା ସମାଜର ସବୁବର୍ଗର ଲୋକମାନଙ୍କର ଦାୟିତ୍ୱ । ଆମେ ସମସ୍ତେ ମନେରଖିବା ଉଚିତ ଯେ ବୟସ୍କ ଲୋକମାନେ ବୋଝ ନୁହନ୍ତି । ସେମାନଙ୍କର ଅଭିଜ୍ଞତା, ଅନୁଭବ, ଆଦର୍ଶ ଓ ଆଶୀର୍ବାଦ ନେଇ ଆମେ ଆଗକୁ ବଢ଼ିଲେ ଆମ ଜୀବନ ସୁଖ ଓ ଶାନ୍ତିରେ ଅତିବାହିତ ହେବ ବୋଲି ସେ ପ୍ରକାଶ କରିଥିଲେ ।

ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ ଚଞ୍ଚଲ ରାଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ବରିଷ୍ଠ ନାଗରିକମାନଙ୍କର ଖୁବ୍‌ ଛୋଟ ଛୋଟ ସମସ୍ୟା ଥାଏ, ଯାହା ମଧ୍ୟରୁ ଅନେକ ସମାଜର ସହଯୋଗରେ ସମାଧାନ ହୋଇପାରିବ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସବୁବେଳେ ବରିଷ୍ଠ ନାଗରିକଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯାଇଛି । ସରକାର ବରିଷ୍ଠ ନାଗରିକମାନଙ୍କ ପାଇଁ ବୟୋ ବନ୍ଦନା ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହା ଛଡ଼ା ମାଗଣା ସ୍ୱାସ୍ଥ୍ୟସେବା ଦେବା ପାଇଁ ବିଭିନ୍ନ ସ୍ଥାନରେ ଉପଚାର କେନ୍ଦ୍ର ସ୍ଥାପନ ହୋଇଛି । ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ରଜନୀ ଜାନୀ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ ୬୦ ବର୍ଷ ଏକ ଅଙ୍କ ନୁହେଁ । ଏହା ବରିଷ୍ଠ ନାଗରିକମାନଙ୍କର ଅଭିଜ୍ଞତାର ସୂଚକ । ବରିଷ୍ଠ ନାଗରିକମାନେ ଏ ସମାଜର ପୂଜ୍ୟ । ବର୍ତ୍ତମାନର ପିଢି ସେମାନଙ୍କୁ ପୁରୁଣାକାଳିଆ, ରକ୍ଷଣଶୀଳ କି ଅନାବଶ୍ୟକ କହି ଅଡେଇ ଯାଇପାରିବେ ନାହିଁ । ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କୁ ଅର୍ଥିକ ସଚେତନତା, ଡିଜିଟାଲ୍‌ ସାକ୍ଷରତା ଓ ସାଇବର ସୁରକ୍ଷା ବାବଦରେ ବିସ୍ତୃତ ଭାବେ ଅବଗତ ଓ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଶେ୍ୱତପଦ୍ମା ସଂଗୀତାଳୟ ସାଂସ୍କୃତିକ ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଅତିରିକ୍ତ ଶାସନ ସଚିବ ଦୀପକ ରାଉତରାୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପୁଣ୍ୟଶ୍ଳୋକା ପି୍ରୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା

କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀ ଓ ସେ୍ୱଚ୍ଛାସେବୀ ସଂଗଠନର ପ୍ରତିନିଧି ଯୋଗଦେଇଥିଲେ । ବରିଷ୍ଠ ନାଗରିକ ଦିବସ ପାଳନ ଉପଲକ୍ଷେ ଆଜି ସକାଳେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ପାର୍କଠାରେ ଏକ ଯୋଗ ଶିବିର ଆୟୋଜିତ ହୋଇଥିଲା । ହାସ୍ୟ ଅଭିନେତା ଦେବୁ ବ୍ରହ୍ମା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କୁ ଯୋଗର ଉପକାରିତା ବୁଝାଇବା ସହ ସମସ୍ତଙ୍କୁ ମାନସିକ ଓ ଶାରୀରିକ ରୂପେ ସୁସ୍ଥ ରହିବା ପାଇଁ ନିୟମିତ ଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ନିଃଶୁଳ୍ପ ସ୍ୱାସ୍ଥ୍ୟ ପରୀକ୍ଷାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଦୀପକ ରାଉତରାୟ, ଶ୍ରୀ ଭାସ୍କର ରଇତ ଓ ସୋନିଆ ବେହେରା, ଅର୍ଥ ପରାମର୍ଶଦାତା ଜୟଶ୍ରୀ ତି୍ରପାଠୀ, ଉପଶାସନ ସଚିବ ଶ୍ରୀ ବସନ୍ତ କୁମାର ବେହେରାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking