26.1 C
Bhubaneswar
Friday, March 20, 2026
Homeଓଡିଶାବୃଦ୍ଧାଙ୍କ ଜୀବନ ରକ୍ଷା କଲେ ଆରପିଏଫ ଅଧିକାରୀ

ବୃଦ୍ଧାଙ୍କ ଜୀବନ ରକ୍ଷା କଲେ ଆରପିଏଫ ଅଧିକାରୀ

ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରେ ଜଣେ ବୃଦ୍ଧା ଚଳନ୍ତା ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କରୁଥିବାବେଳେ ଖସିପଡ଼ି ଅଳ୍ପକେ ଦୁର୍ଘଟଣାରୁ ବଞ୍ଚିଗଲେ। ରେଳ ସୁରକ୍ଷା ବଳ (RPF) ଅଧିକାରୀଙ୍କ ସତର୍କତା ଏବଂ ତୁରନ୍ତ ପଦକ୍ଷେପ ପାଇଁ ତାଙ୍କ ଜୀବନ ବଞ୍ଚିଯାଇଛି । ଘଟଣାଟି ଗତ ରାତି ପ୍ରାୟ ଗୋଟାଏ ସମୟରେ ଘଟିଥିଲା ଏବଂ ପୁରା ଘଟଣାଟି ସିସିଟିଭି କ୍ୟାମେରାରେ କଏଦ ହୋଇଛି।ସୂଚନା ଅନୁଯାୟୀ, ଜାନକୀ ରାଉତ ନାମକ ମହିଳା ଖଡ଼ଗପୁରରୁ ଆସୁଥିବା ଜଗନ୍ନାଥ ଏକ୍ସପ୍ରେସ ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଟ୍ରେନ ଚାଲିବା ଆରମ୍ଭ କରିବା ସହିତ ସେ ଦୌଡ଼ି ଯାଇ ଚଢ଼ିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବାଲାନ୍ସ ହାରାଇ ତାଙ୍କ ଗେଡ଼ ଖସିଯାଇଥିବାରୁ ସେ ପ୍ଲାଟଫର୍ମ ପାଖରେ ପଡ଼ିଯାଇଥିଲେ। ଏହାକୁ ଦେଖି ସେହି ସମୟରେ ଡ୍ୟୁଟିରେ ଥିବା RPF ସହକାରୀ ସବ-ଇନ୍ସପେକ୍ଟର (ASI) ମାନସ ମାଣିକ ତୁରନ୍ତ ଦୌଡ଼ି ଯାଇ ବୃଦ୍ଧାଙ୍କୁ ସୁରକ୍ଷିତ ଭାବରେ ଟାଣି ଆଣିଥିଲେ। ତାଙ୍କର ଏହିଭଳି ସାହାସିକତା ପାଇଁ ଏକ ବଡ଼ ଦୁର୍ଘଟଣାରୁ ମହିଳା ଜଣକ ଅଳ୍ପକେ ବର୍ତ୍ତିଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking