ଭୁବନେଶ୍ୱର: ବିଜେଡିକୁ ସମାଲୋଚନା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । କହିଛନ୍ତି, ଗୋପବନ୍ଧୁଙ୍କ ମାଟିକୁ କଳଙ୍କିତ କରିବାକୁ ଯାଇଛି ବିଜେଡି । ନିଜକୁ ଦାୟାଦ କହୁଥିବା ଲୋକ ସର୍ବସ୍ୱ ବିକି ଦେଇଥିଲା । ଆମ ଅସ୍ମିତାର ସୁରକ୍ଷା ଆମର ଦାୟିତ୍ୱ । ୧୫ ମାସ ସରକାରର ବିକାଶରେ ଅସହିଷ୍ଣୁ ବିଜେଡି । ପଦଯାତ୍ରାର କିଛି ଫରକ ପଡିବାର ନାହିଁ । ସୂଚନାଥାଉକି, ଆଜିଠାରୁ ବିଜେଡିର ବିଧିବଦ୍ଧ ଭାବେ ପଦଯାତ୍ରା ଆରମ୍ଭ ।ଚଳିତ ବର୍ଷ ପାର୍ବଣ ଥିବାରୁ ଅକ୍ଟୋବର ଦୁଇରେ ଗାନ୍ଧୀ ମୂର୍ତ୍ତି ପାଖରେ କେବଳ ପଦଯାତ୍ରା ପାଇଁ ବିଜେଡି ସଂକଳ୍ପ ନେଇଥିଲା । ଗୋପବନ୍ଧୁ ଜୟନ୍ତୀରୁ ଘର ଘର ବୁଲି ବିଜେପି ସରକାରଙ୍କ ବିଫଳତା ଓ ନବୀନ ପଟ୍ଟନାୟକ ସରକାର ସମୟର ସଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ବିଜୁ ଜନତା ଦଳ । ଏହି ପରିପ୍ରେକ୍ଷୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ପୁରୀ ଜିଲ୍ଲା ସୁଆଣ୍ଡୋରୁ ପଦଯାତ୍ରା ଶୁଭାରମ୍ଭ କରିବ ବିଜେଡି ।









