ଆନ୍ଧ୍ରପ୍ରଦେଶ: ବାଣ ବିସ୍ଫୋରଣରେ ୬ ମୃତ,୮ ଗୁରୁତର। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସବୁକିଛି ଜଳି ପୋଡି ଯାଇଥିଲା। ଖବର ପାଇ ସାଙ୍ଗେ ସାଙ୍ଗେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରାଯାଇଥିଲ।। ଏବଂ ଗୁରୁତର ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ ଉଦ୍ଧାର ବାହିନୀ ଦଳ । ସୂଚନାରୁ ଜଣାପଡିଛି ଯେ, ବାଣ କାରଖାନାରେ ପ୍ରାୟ ୧୫ ଜଣ ଶ୍ରମିକ ଥିଲେ । ନିଆଁ ଚାରିଆଡେ ବିସ୍ତାର କରି ଦେଇଥିଲା । ଫଳରେ କିଛି ଶ୍ରମିକ ଭିତରେ ଫସିଯାଇଥିଲେ । ବାହାରକୁ ବାହାରିବା ଅସମ୍ଭବ ହୋଇପଡିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ରୁଜୁ କରି ନିଆଁ କିପରି ଲାଗିଲା ତାହାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହି ଘଟଣା ପରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ସୋସିଆଲ ମିଡିଆରେ ଟ୍ୱିଟ କରି କହିଛନ୍ତି, ଏହି ଘଟଣାରେ ମୁଁ ମଧ୍ୟ ଦୁଃଖିତ । ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ପରାମର୍ଶ ଦିଆଯାଇଛି ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି ।










