21.1 C
Bhubaneswar
Monday, February 2, 2026
Homeଓଡିଶା୩ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

୩ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

ଯାଜପୁର: ଯାଜପୁର ପୋଲିସର ସଫଳତା। ୩ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ଯାଜପୁର ପୋଲିସ। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ହାର ସମେତ ବ୍ୟବହୃତ ବାଇକ ଜବତ କରିଛି । ଯାଜପୁର ଥାନା ଅଞ୍ଚଳରେ ଅଳ୍ପ କିଛି ଦିନ ମଧ୍ୟରେ ବାରମ୍ବାର ଛିନତାଇ ଓ ଲୁଟ ଅଭିଯୋଗ ଆସିବା ପରେ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହା ଉପରେ ନଜର ରଖା ଯାଇଥିଲା। ଆଜି ଯାଜପୁର ସଦର ଥାନା ଅନ୍ତର୍ଗତ ମାଳହାଟ ଅଞ୍ଚଳରୁ ଗିରଫ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୪ଗୋଟି ହାର ଯାହାର ଆନୁମାନିକ ମୁଲ୍ୟ ୮ଲକ୍ଷରୁ ଉର୍ଦ୍ଧ୍ବ ହେବ ଏବଂ ଚୋରି ସମୟରେ ବ୍ୟବହୃତ 3ଟି ଦୃତଗାମୀ ମଟର ସାଇକେଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଶଙ୍କର ଦଳାଇ, ଶ୍ରୀକୃଷ୍ଣ ଦଳାଇ ଓ ସତ୍ୟ ପ୍ରକାଶ ଦଳାଇ। ଏହି ଗ୍ୟାଙ୍ଗରେ ୪ଜଣଙ୍କ ମଧ୍ୟରୁ ତିନିଜଣ ଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଯାଜପୁର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ। ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଥାନା ଅଧିକାରୀ ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀ ପରେ ଜବତ ହୋଇଥିବା ସୁନା ଚେନ କୁ ଅଭିଯୋଗକାରିଣୀ ମାନଙ୍କୁ ହସ୍ତାନ୍ତର କରିଥିଲା ପୋଲିସ। ସୁନାଚେନ ପାଇବା ପରେ ଯାଜପୁର ପୋଲିସକୁ ଧନ୍ୟବାଦ ଦେଇଥିଲେ ମହିଳା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking