ଭୁବନେଶ୍ୱର: ନୂଆପଡାରେ ୨ ଲକ୍ଷ ୪୮ ହଜାର ଭୋଟର । ନୂଆପଡା ଉପନିର୍ବାଚନ ନେଇ ସିଇଓ ସୂଚନା ଦେଇଛନ୍ତି । ନୂଆପଡାରେ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୪୮ ହଜାର । ପୋଲିଂ ଷ୍ଟେସନ ସଂଖ୍ୟା ୩୫୮, ନୂଆ ପୋଲିଂ ଷ୍ଟେସନ ସଂଖ୍ୟା ୫୬ । ଆସନ୍ତା ୧୦ ତାରିଖ ଯାଏଁ ନାମ ଯୋଡି ପାରିବେ ଭୋଟର । ନୂଆପଡାର ସବୁ ବୁଥରେ ୱେବକାଷ୍ଟିଂ ହେବ କହିଛନ୍ତି ସିଇଓ । ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ନଭେମ୍ବର ୧୪ ତାରିଖରେ ଭୋଟଗଣତି । ନୂଆପଡା ପାଇଁ ୧୩ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ଅକ୍ଟୋବରରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ୨୨ ଅକ୍ଟୋବରରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୨୪ ତାରିଖ ପ୍ରାର୍ଥୀପ୍ରତ୍ୟାହାରର ଶେଷ ତାରିଖ ।









