18.1 C
Bhubaneswar
Saturday, December 6, 2025
Homeଓଡିଶାଗୁଜବକୁ କେବେ ବିଶ୍ୱାସ କରନି: ଡିଜିପି

ଗୁଜବକୁ କେବେ ବିଶ୍ୱାସ କରନି: ଡିଜିପି

କଟକ:  ଅସାମାଜିକଙ୍କୁ ଡିଜିପି ୱାଇ.ବି. ଖୁରାନିଆ କଡା ଚେତାବନୀ ଦେଇଛନ୍ତି ।  ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଛନ୍ତି ପୋଲିସ ଡିଜି । କଟକ ଭାଇଚାରାର ସହର, ଏଠି ସବୁ ପର୍ବ ସମସ୍ତେ ମିଳିମିଶି ପାଳନ୍ତି ।  କଟକବାସୀଙ୍କୁ ଅପିଲ କରୁଛି, ସମସ୍ତେ ଆଇନ ଶୃଙ୍ଖଳା  ବଜାୟ ରଖନ୍ତୁ । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଓଡିଶା ପୋଲିସ ସଂପୂର୍ଣ୍ଣ  ପ୍ରସ୍ତୁତ ଅଛି ।ସୋସିଆଲ ମିଡିଆରେ ଘୁରି ବୁଲୁଥିବା ତଥ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ । ପୋଲିସ ୱେବସାଇଟରେ ଥିବା ତଥ୍ୟ ଉପରେ ହିଁ କେବଳ ବିଶ୍ୱାସ କରନ୍ତୁ ।ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଗାମେଢ଼ ଭସାଣି ବେଳେ ହାତୀପୋଖରୀଠାରେ ଘଟିଥିବା ଗଣ୍ଡଗୋଳର ପ୍ରତିଫଳନ ପୁଣିଥରେ ରବିବାର ଦେଖିବାକୁ ମିଳିଛି । ଭସାଣିରେ ଗଣ୍ଡଗୋଳ ପ୍ରତିବାଦରେ କଟକ ବନ୍ଦ ଡାକରାକୁ ସମର୍ଥନ କରି ବିଶ୍ବହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନ ପକ୍ଷରୁ ମୋଟର ସାଇକଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଶୋଭାଯାତ୍ରା ଯାଉଥିବା ସମୟରେ ପୁଲିସ କିଛି ଶୋଭାଯାତ୍ରାକାରୀଙ୍କୁ ବଜ୍ରକବାଟୀ ନିକଟରେ ଅଟକାଇବାରୁ ଉତ୍ତେଜନା ବଢ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking