ଅହମ୍ମଦାବାଦ: ଅହମ୍ମଦାବାଦରେ ଭାରତର ବଡ ବିଜୟ । ଅଢେଇ ଦିନରେ ସରିଲା ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ । ଟେଷ୍ଟରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍କୁ ଏକ ଇନିଂସ ଏବଂ ୧୪୦ ରନ୍ରେ ପରାସ୍ତ କରିଛି । ଏହା ସହିତ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଶନିବାର, ମ୍ୟାଚ୍ର ତୃତୀୟ ଦିନ ଥିଲା। ଦ୍ୱିତୀୟ ଟେଷ୍ଟ ୧୦ ଅକ୍ଟୋବରରୁ ନୂଆଦିଲ୍ଲୀରେ ଖେଳାଯିବ। ୱେଷ୍ଟଇଣ୍ଡିଜ୍ ତା’ର ଦ୍ୱିତୀୟ ଇନିଂସ୍ରେ ୪୫.୧ ଓଭରରେ ୧୪୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଆଲିକ୍ ଆଥାନାସେ ୩୮ ରନ୍ କରି ଆଉଟ୍ ହୋଇଥିଲେ, ଯେତେବେଳେ ଜଷ୍ଟିନ୍ ଗ୍ରୀଭ୍ସ ୨୫ ରନ୍ କରି ଆଉଟ୍ ହୋଇଥିଲେ। ରବିନ୍ଦ୍ର ଜାଡେଜା ଚାରି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ତିନୋଟି, କୁଲଦୀପ ଯାଦବ ଦୁଇଟି ଏବଂ ୱାଶିଂଟନ୍ ସୁନ୍ଦର ଗୋଟିଏ ୱିକେଟ୍ ପାଇଥିଲେ। ପୂର୍ବରୁ, ଭାରତ ତାର ପ୍ରଥମ ଇନିଂସ ୪୪୮/୫ ରେ ଘୋଷଣା କରିଥିଲା, ଏବଂ ପ୍ରଥମ ଇନିଂସ ଆଧାରରେ ୨୮୬ ରନର ଲିଡ୍ ପାଇଥିଲା। ମ୍ୟାଚର ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ୍ କେବଳ ୧୬୨ ରନ କରିବାକୁ ସକ୍ଷମ ହୋଇପାରିଥିଲା।










