21.1 C
Bhubaneswar
Monday, February 2, 2026
Homeଓଡିଶାପର୍ଯ୍ୟବେକ୍ଷକମାନଙ୍କୁ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ଭୋଟରଙ୍କ ଅଭିଯୋଗର ସମାଧାନ ପାଇଁ ସଦାସର୍ବଦା ଉପସ୍ଥିତ ରହିବାକୁ...

ପର୍ଯ୍ୟବେକ୍ଷକମାନଙ୍କୁ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ଭୋଟରଙ୍କ ଅଭିଯୋଗର ସମାଧାନ ପାଇଁ ସଦାସର୍ବଦା ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର: ନିର୍ବାଚନ ପର୍ଯ୍ୟବେକ୍ଷକ ମାନେ ଗଣତନ୍ତ୍ରର ଆଲୋକ ବର୍ତ୍ତିକା
୧. ଆଗାମୀ ବିହାର ବିଧାନସଭାର ସାଧାରଣ ନିର୍ବାଚନ ଏବଂ କିଛି ରାଜ୍ୟରେ ଉପ-ନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ ଆଜି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିୟୋଜିତ ହେବାକୁ ଥିବା ସାଧାରଣ, ପୋଲିସ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ପାଇଁ ସୂଚନା ବ୍ୟବସ୍ଥାକୁ ଆହୁରି ଅଧିକ ବ୍ୟବସ୍ଥିତ କରିଛନ୍ତି।

୨. ୨୮୭ ଆଇ.ଏ.ଏସ ଅଧିକାରୀ, ୫୮ ଆଇ.ପି.ଏସ ଅଧିକାରୀ ଏବଂ ଆଇ.ଆର.ଏସ / ଆଇ.ଆର.ଏ.ଏସ / ଆଇ.ସି.ଏ.ଏସ ଏବଂ ଅନ୍ୟାନ୍ୟ ସେବାର ୮୦ ଜଣ ଅଧିକାରୀ ସମେତ ୪୨୫ ଜଣ ଅଧିକାରୀ IIIDEM, ନୂଆଦିଲ୍ଲୀରେ ଅନୁଷ୍ଠିତ ସୂଚନା ସମ୍ପର୍କିତ ବୈଠକରେ ଯୋଗ ଦେଇଥିଲେ ।

୩. ମୁଖ୍ୟ ନିର୍ବାଚନ କମିଶନର (CEC) ଶ୍ରୀ ଜ୍ଞାନେଶ କୁମାର, ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀଙ୍କ ସହିତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିର୍ବାଚନ ସମ୍ପର୍କିତ ବିବିଧ ସୂଚନା ପ୍ରଧାନ କରିଥିଲେ । ପର୍ଯ୍ୟବେକ୍ଷକ ମାନଙ୍କୁ ସମ୍ବୋଧିତ କରି CEC ଜ୍ଞାନେଶ କୁମାର ସେମାନଙ୍କୁ ଗଣତନ୍ତ୍ରର ଆଲୋକବର୍ତ୍ତିକା ବୋଲି ଅଭିହିତ କରିଥିଲେ।

୪. କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କୁ ସମସ୍ତ ନିର୍ବାଚନ ସମ୍ପର୍କିତ ଆଇନ, ନୀତିନିୟମ ଏବଂ ନିର୍ଦ୍ଦେଶାବଳୀ ସହିତ ନିଜକୁ ପରିଚିତ କରିବାକୁ ଏବଂ ନିର୍ବାଚନ ଆୟୋଗର ଆଖି ଏବଂ କାନ ଭାବରେ ସିଧାସଳଖ କ୍ଷେତ୍ରସ୍ତରରୁ ଆବଶ୍ୟକୀୟ ସୂଚନା ପ୍ରଦାନ କରିବା ସହିତ ସମସ୍ତ ପ୍ରକ୍ରିୟାକୁ ନିରପେକ୍ଷ ଓ ନୀତିନିଷ୍ଟ ଭାବରେ ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି।

୫. ପର୍ଯ୍ୟବେକ୍ଷକମାନଙ୍କୁ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ଭୋଟରଙ୍କ ଅଭିଯୋଗର ସମାଧାନ ପାଇଁ ସଦାସର୍ବଦା ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୬. ପର୍ଯ୍ୟବେକ୍ଷକମାନଙ୍କୁ ମତଦାନ କେନ୍ଦ୍ର ପରିଦର୍ଶନ କରିବାକୁ ଏବଂ ଭୋଟରଙ୍କ ସୁବିଧା ପାଇଁ ଆୟୋଗ ଦ୍ୱାରା ନିଆଯାଇଥିବା ସମୟୋଚିତ ପଦକ୍ଷେପ ଗୁଡ଼ିକର କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

୭. ନିର୍ବାଚନ ଆୟୋଗ ସମ୍ବିଧାନର ଧାରା ୩୨୪ ଏବଂ ଜନପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୨୦ଖ ଦ୍ୱାରା ପ୍ରଦାନ କରାଯାଇଥିବା ପୂର୍ଣ୍ଣ କ୍ଷମତା ଅନୁଯାୟୀ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତି କରନ୍ତି ଯାହା ଦ୍ୱାରା ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ ହୋଇଥାଏ । ସେମାନେ କ୍ଷେତ୍ର ସ୍ତରରେ ନିର୍ବାଚନ ପ୍ରକ୍ରିୟାର ସୁଦକ୍ଷ ଏବଂ ପ୍ରଭାବଶାଳୀ ପରିଚାଳନାର ତଦାରଖ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking