19.1 C
Bhubaneswar
Saturday, February 7, 2026
Homeଓଡିଶାଘଟଗାଁ ତାରିଣୀ ପୀଠ ପାଇଁ ୨୨୬ କୋଟି: ମୁଖ୍ୟମନ୍ତ୍ରୀ

ଘଟଗାଁ ତାରିଣୀ ପୀଠ ପାଇଁ ୨୨୬ କୋଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସଚିବ ଉପସ୍ଥିତ ଥିଲେ । ବୈଠକରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ଆଦର୍ଶ ବିଦ୍ୟାଳୟ ବିକାଶ ପାଇଁ ଓଡିଶା ସରକାର ଅନୁମୋଦନ କରିଛନ୍ତି।

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ର ଲକ୍ଷ୍ୟ ହେଉଛି ଶିକ୍ଷା ଅଧିକାର (RTE) ଆଇନ, 2009 ର ଉଦ୍ଦେଶ୍ୟ ସହିତ ସମନ୍ୱୟ ରକ୍ଷା କରିବା ସହ ଅନ୍ତର୍ଭୁକ୍ତି ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱାରୋପ କରି ଗ୍ରାମ ପଞ୍ଚାୟତ ସ୍ତରରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ।ସୁଦୃଢ଼ ଭିତ୍ତିଭୂମି, ଅଭିନବ ଶିକ୍ଷାଗତ ଅଭ୍ୟାସ ଗ୍ରହଣ ଏବଂ ଗୋଷ୍ଠୀ ସମୁଦାୟର ସକ୍ରିୟ ସମ୍ପୃକ୍ତି ମାଧ୍ୟମରେ, ଏହି ଯୋଜନା ଶିକ୍ଷା ପ୍ରତି ସମାନ ପ୍ରବେଶ ଏବଂ ଛାତ୍ର ସମୁଦାୟର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରେ । ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତି (NEP) 2020 ଏବଂ ନିପୁଣ (NIPUN) ଓଡ଼ିଶାର ଦୃଷ୍ଟିକୋଣ ସହିତ ସମନ୍ଵୟ ରକ୍ଷା କରି ସାମାଜିକ ଏବଂ ଶିକ୍ଷାଗତ ଭାବରେ ପିଲାମାନଙ୍କୁ ସଶକ୍ତ କରିବା ପାଇଁ ମୌଳିକ ସାକ୍ଷରତା ଏବଂ ସଂଖ୍ୟା (FLN) ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱାରୋପ କରେ ।

ତିନି ବର୍ଷ (୨୦୨୫-୨୬ ରୁ ୨୦୨୭-୨୮ ) ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ ଗୋଟି ମଡେଲ ସ୍କୁଲ ନିର୍ମାଣ ପାଇଁ ମୋଟ ଆର୍ଥିକ ବ୍ୟୟ ଅଟକଳ ₹୧୨,୦୦୦ କୋଟି ଅଟେ । ପ୍ରତ୍ୟେକ ସ୍କୁଲ ପାଇଁ ଆନୁମାନିକ ଖର୍ଚ ପ୍ରାୟ ୫ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ, ପ୍ରତ୍ୟେକ ସ୍କୁଲ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ଆଧାରରେ ପ୍ରକୃତ ଖର୍ଚ୍ଚ ନିର୍ଣ୍ଣୟ କରାଯିବ ।

କେନ୍ଦୁଝର ଘଟଗାଁ ଠାରେ ଥିବା ମା ତାରିଣୀ ମନ୍ଦିର ପରିସରର ପାରିପାର୍ଶ୍ଵିକ ବିକାଶ ଉପରେ ଓଡ଼ିଶା ସରକାର ଗୁରୁତ୍ୱାରୋପ କରିଛନ୍ତି ।ମା ତାରିଣୀ ମନ୍ଦିର ପରିସରର ପାରିପାର୍ଶ୍ବିକ ବିକାଶ ଦ୍ବାରା ଭକ୍ତମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ । ଏହି ବିକାଶର ଫଳସ୍ବରୂପ ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ହେବ । ରାଜ୍ୟ କ୍ୟାବିନେଟ୍‌ ଏଥିପାଇଁ ୧୪୬ କୋଟି ଟଙ୍କା ମୂଲ୍ୟର ସର୍ବନିମ୍ନ ଟେଣ୍ଡର (ଜି.ଏସ୍.ଟିକୁ ବାଦ୍ ଦେଇ) ମେସର୍ସ ଦିଲ୍ଲୀପ Construction ପ୍ରାଇଭେଟ୍ ଲିମିଟେଡ୍ ସପକ୍ଷରେ ଅନୁମୋଦନ କରିଛନ୍ତି ।୫୯.୨୦୬ ଏକର ପରିମିତ ଅଞ୍ଚଳରେ ଏହି ବିକାଶ କାର୍ଯ୍ୟ ୨୪ ମାସ ଭିତରେ ସଂମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ କରାଯାଇଛି।ଏହି ବିକାଶ କାର୍ଯ୍ୟ ପାଇଁ ସମୁଦାୟ ୨୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଭକ୍ତଙ୍କ ସୁବିଧା ପାଇଁ ନିମ୍ନ ଲିଖିତ କାର୍ଯ୍ୟ ଗୁଡିକ କରାଯିବ।

ଯେପରିକି – ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ
– ତୀର୍ଥ ଯାତ୍ରୀ କେନ୍ଦ୍ର
– ଇଣ୍ଟରପ୍ରିଟେସନ ସେଣ୍ଟର
– ଫୂଡ଼ ପ୍ଳାଜା
– ମର୍କେଟ କଂପ୍ଲେକ୍ସ
– ନଡ଼ିଆ ଭଣ୍ଡାର ଓ ପ୍ରସାଦ ସେବନ ପ୍ରକୋଷ୍ଠ
(୫୦୦ ଜଣ ବସିଲା ଭଳି)
– ଜିନିଷ ରଖିବା ଘର

ଏହି ସବୁ କାର୍ଯ୍ୟ ସମାପ୍ତ ହେଲା ପରେ, ଘଟ ଗାଁ ସ୍ଥିତ, ମାଙ୍କ ପୀଠ, ଭାରତର ପ୍ରମୁଖ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ଭାବରେ ପରିଗଣିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking