ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା। ମୁଖ୍ୟ ଅଭିଯୁକ୍ତ ମୃତ ଗୋବିନ୍ଦ ସାହୁଙ୍କ ଝିଅ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସିବିଆଇ ତଦନ୍ତ ଦାବି ରଖିବା ପରେ ମମିତାଙ୍କ ବାପାମା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆମ ଝିଅର ହତ୍ୟା କାଣ୍ଡର ନ୍ୟାୟ ଆମକୁ ମିଳିପାରିନାହିଁ । ପୂର୍ବରୁ ଆମେ ସିବିଆଇ ତଦନ୍ତ ଦାବି କରିଥିଲୁ। ପୂର୍ବରୁ ଅନ୍ୟ ସରକାର ଥିଲେ । ଏବେ ନୂଆ ସରକାର ହୋଇଛନ୍ତି । ଆମକୁ ନ୍ୟାୟ ମିଳିବ ବୋଲି ଆଶା ରହିଛି । ମଖ୍ୟମନ୍ତ୍ରୀ ଡାକିଲେ ଆମେ ନିଶ୍ଚୟ ଯିବୁ ବୋଲି କହିଛନ୍ତି, ମମିତା ମେେହେରେଙ୍କ ବାପା । ଦୀର୍ଘ ୪ ବର୍ଷ ହେଲା ଆମକୁ ନ୍ୟାୟ ମିଳିପାରିନାହିଁ ।










