ଯାଜପୁର: ଯାଜପୁର ଜିଲ୍ଲା ସଭାପତି ନାମ ଘୋଷଣା କୁ ନେଇ ସମଗ୍ର ଜିଲ୍ଲା ରେ ବିଦ୍ରୋହ ର ସୃତ୍ର ପାତ ସୃଷ୍ଟି ହୋଇଛି l କଂଗ୍ରେସ କର୍ମୀ ମାନେନୂତନ ସଭାପତି ଙ୍କ ନିଯୁକ୍ତି କୂ ସହଜ ରେ ଗ୍ରହଣ କରି ପାରୁ ନାହାନ୍ତି ଓ ନିରୁତ୍ସାହିତ ହୋଇ ପଡିଛନ୍ତି ଜିଲ୍ଲା ସଭାପତି ପତି ଚୟନ ର ପ୍ରକ୍ରିୟା କେବଳ ପହସନ ଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା ଖୋଲା ଖୋଲି କହି ବୁଲୁଛନ୍ତି ପରୋକ୍ଷ ରେ ପି ସି ସି ସଭାପତି ଙ୍କୁ କାର୍ଯ୍ୟ କଳାପକୂ କଟୁ ସମାଲୋଚନା କରୁଛନ୍ତି l
ଅଖିଳଭାରତ କଂଗ୍ରେସ କମିଟି ଆହ୍ୱାନ ରେ ଯାଜପୁରଜିଲ୍ଲାରେ ସଂଗଠନ ସୃଜନ ଅଭିଯାନ ଜରିଆରେ କେନ୍ଦ୍ରପର୍ଯ୍ୟବେକ୍ଷବ ଭାବେ ପୁର୍ବତନ ସାଂସଦ ଚାରୁଲତା ଟୋକଶ ପ୍ରଥମେ ଗତ ମାସ ୮ ତାରିଖ ରେ ଯାଜପୁର ଠାରେ ଜିଲ୍ଲାସ୍ତରୀୟ କର୍ମୀସମିଳନୀ ମଧ୍ୟରେ ଯେଉଁମାନେ ଜିଲ୍ଲା ସଭାପତି ଭାବେ ଆଗ୍ରହୀ ଦରଖାସ୍ତ କରି ବାକୁ ଘୋଷଣା କରିଥିଲେ ସେହି ହିସାବ ରେ ଜିଲ୍ଲାରେ ପ୍ରଥମପର୍ଯ୍ୟରେ ଜିଲ୍ଲା ସଭାପତି ଭାବେ ବିଦ୍ୟାଧର ମହାନ୍ତି ସନ୍ତୋଷ କୁମାର ନନ୍ଦ, ସୁଦୀପ୍ତ କର, ଶ୍ରୀନାଥ ମିଶ୍ର, କିଷାନପଣ୍ଡା ମାଗୁଣି ଯେନା ଓ ଗଣେଷ ଦାସ ପ୍ରମୁଖ ଦରଖାସ୍ତ କରିଥିଲେ କାରଣ ରାହୁଲ ଗାନ୍ଧୀ ଓ ମାଲିକର୍ଜୁନ ଖରଗେ ଙ୍କ ନିଁର୍ଧେଷ ଅନୁସାରେ ତଳସ୍ତର ରୁ କର୍ମୀ ମାନଙ୍କ ପ୍ରସ୍ତାବ ଓ ଦକ୍ଷତା ସମ୍ପର୍ଣ୍ଣ ବ୍ୟକ୍ତି ତଥା ସର୍ବନିମ୍ନ କଂଗ୍ରେସ ଦଳରେ ୫ ବର୍ଷ ନିଷ୍ଠାର ସହିତ କାର୍ଯ୍ୟ କରଥିଲେ ସେ ପ୍ରାଥୀ ହୋଇପାରିବେ ବୋଲି ଉଲେଖ ଥିବା ବେଳେ ଜିଲ୍ଲାରେ ଏହାର ବିତିକ୍ରମ ଦେଖା ଦେଇଛି। ଜିଲ୍ଲା ରେ ଥିବା ୧୦ ଗୋଟି ବ୍ଲକ ଓ ୨ ଗୋଟି ମୁନିସିପାଲିଟି ର କର୍ମୀ ମାନେ ପାର୍ଥି ମାନଙ୍କ ଯୋଗ୍ୟତା ଓ ଦକ୍ଷତା କୁ ଦେଖିବା ସହିତ ୨୪ ବର୍ଷ ବି ଜେ, ଡ଼ି,ଓ ୧୫ ମାସ ର ବି ଜେ, ପି ସରକାର ଙ୍କ ବିଫଳତା ବିରୋଧରେ କେଉଁ ନେତା ଲଢ଼ି ନିଜ ଦଳକୁ ଆଗକୁ ନିବାକୁ ପ୍ରୟାଶ କରିଥିଲେ ଏହା ଥିଲା ଚୟନ ରେ ମାପକାଠି କିନ୍ତୁ କଂଗ୍ରେସ ଭୋଟ ଚୋରି ପାଇଁ ଲଢେ଼ଇ କରୁଥିବା ବେଳେ ନିଜ ଦଳରେ କର୍ମୀମାନେ ଦେଇଥିବା ମତାମତ କୁ ଚୋରି କରି ଖୁବ କମ ଦିନରେ ଦଳକୁ ଆସିଥିବା ଜଣେ ବ୍ୟକ୍ତି ଙ୍କୁ କିପରି ଜିଲ୍ଲା ସଭାପତି କରାଗଲା ଏହି ଅଶୋତୋଷ ବ୍ୟାପିବା ସହିତ ଦଳ ଉପରେ ସାଧାରଣ କର୍ମ ଙ୍କ ଭରଷା ତୁଟି ଯାଇଥିବା ଶୁଣା ଯାଉଛି, ଏଠାରେ ସୂଚନା ଯୋଗ୍ୟ ଦିଲ୍ଲୀ ରୁ ଆସିଥିବ କଂଗ୍ରେସ ର ପର୍ଯ୍ୟବେକ୍ଷବ ଯାଜପୁର ରୋଡ ରେ ବହୁ ଭଲ ହୋଟେଲ ଥିବାବେଳେ କାହିଁକି ଜଣେ ପ୍ରଭାବ ଶାଳୀ ଵି ଜେ ଡ଼ି ନେତା ଙ୍କ ହୋଟେଲ ରେ ରହି କଂଗ୍ରେସ ଦଳକୁ ଜିଲ୍ଲାରେ ପ୍ରଭାବ ହୀନ କରିବାକୁ ଏହା ଚକ୍ରାନ୍ତ ନୁହେତ ବୋଲି ସାଧାରଣ ରେ ଆଲୋଚନା ହେଉଛି ଆଗାମୀ ଦିନରେ କଂଗ୍ରେସ ଦଳ ଜିଲ୍ଲା ରେ ତୃତୀୟ ସ୍ଥାନରେ ରହିବାରେ କେଉଁଠିନାକେଉଠି ହେଉଥିବା ରଣକୌସଳ କୁ ଏଡାଇ ଦିଆଯାଇ ନ ପରେ ଓ ଜିଲ୍ଲାରେ ୭ ଦିନ ଧରି ଏହି କର୍ମଶାଳା ଏକ ପ୍ରହସନ ବୋଲି ପ୍ରମାଣିତ ହୋଇଛି,ଜିଲ୍ଲା ସଭାପତି ଘୋଷଣା କୁ ନେଇ ଯାଜପୁର ଜିଲ୍ଲା ରେ କଂଗ୍ରେସ ନେତା କର୍ମୀ ମାନ ଙ୍କ ବିଦ୍ରୋହ ର ନିଆଁ ଜଳୁଛି ଜିଲ୍ଲା ରେ କଂଗ୍ରେସ ର ସ୍ଥିତ ନ ଥିବା ବେଳେ ନୂତନ ସଭାପତି ଙ୍କ ନାମ ଘୋଷଣା କୁ ନେଇ କର୍ମୀ ମାନେ ନିରୁତ୍ସା ହୋଇ ପଡିଛନ୍ତି ଅଧିକାଂଶ କର୍ମୀ ବିଜେପି ଓ ବିଜେଡି ଦଳ କୁ ଯିବାକୁ ଗୁପ୍ତ ମନ୍ତ୍ରଣା କରୁ ଥିବା ର ସୁରାକ ମିଳୁଛି ଅନାମ ଦ୍ୱୟ କୁ ସଭାପତି ନାମ ଘୋଷଣା କୁ ବରିଷ୍ଠ କଂଗ୍ରେସ ଦଳ ର କର୍ମୀ ମାନେ ଦଳ ପାଇଁ ଜେଲ ଯାଇଛନ୍ତି କଂଗ୍ରେସ ପାଇଁ ସେମାନଙ୍କ ତ୍ୟାଗ ଥିଲା ବେଳେ ଜଣେ କଂଗ୍ରେସ ଦଳ ପାଇଁ କିଛି ତ୍ୟାଗ କରି ନ ଥିବା ଅପରିପକ୍ୱ ବ୍ୟକ୍ତି କୁ ଜିଲ୍ଲା ସଭାପତି କରିବା କଂଗ୍ରେସ କର୍ମୀ ମାନେ ହଜମ କରି ପାରୁ ନାହାନ୍ତି ଏହି ଜିଲ୍ଲା ରେ କଂଗ୍ରେସ ର ଯେଉଁ ସ୍ଥିତି ଅଛି ତାହା ରସା ଗାମି ହେବ ବୋଲି ରାଜ ନୈତିକ ବେକ୍ଷକ ମାନେ ମତ ଦେଉଛନ୍ତି l










