18.1 C
Bhubaneswar
Wednesday, February 4, 2026
Homeଓଡିଶାପୁଣି କଂଗ୍ରେସର ‘ଅନାସ୍ଥା’ ଅଗ୍ରାହ୍ୟ

ପୁଣି କଂଗ୍ରେସର ‘ଅନାସ୍ଥା’ ଅଗ୍ରାହ୍ୟ

ଭୁବନେଶ୍ୱର: ପୁଣି ଥରେ କଂଗ୍ରେସର ଅନାସ୍ଥା ନୋଟିସ ଅଗ୍ରାହ୍ୟ । ଅନାସ୍ଥା ନୋଟିସ ଅଗ୍ରାହ୍ୟ କଲେ ବାଚସ୍ପତି ସୁରମା ପାଢୀ । ଗତକାଲି ସନ୍ଧ୍ୟା ୬ଟା ୪୪ରେ କଂଗ୍ରେସ ପୁଣି ଥରେ ଅନାସ୍ଥା ଆଣିଥିଲା । ଗୋଟିଏ ଅଧିବେଶନରେ ସମାନ ପ୍ରସଙ୍ଗରେ ପୁଣି ଅନାସ୍ଥା ଆସିପାରିବନି କହିଲେ ବାଚସ୍ପତି । ପୁଣି ଥରେ ଅନାସ୍ଥା ଆଣିବାକୁ ୬ ମାସ ସମୟ ଦରକାର ଗୃହରେ କହିଲେ  ା ସୂଚନା ଥାଉକି, ଗୋଟିଏ ମାସ ଧରି ଅନାସ୍ଥାକୁ ନେଇ ପ୍ରସ୍ତୁତ ଥିଲା କଂଗ୍ରେସ । ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି । ନାରୀ ସୁରକ୍ଷା ପ୍ରସଙ୍ଗ , ବିଜେଡି ବିଜେପି ଭାଇ ଭାଇ କହି ଗୃହରେ ନିଜ ସ୍ଥାନରେ ରହି ପ୍ଲାକାର୍ଡ ଧରି  ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ। ସାର ସଙ୍କଟ ପ୍ରସଙ୍ଗରେ ବିଜେଡି ବିଧାୟକ ପୋଡିୟମ ତଳକୁ ଆସି ହୋହଲ୍ଲା କରିଥିଲା । ଫଳରେ ଚାଲିପାରିନଥିଲା ଗୃହ । ଏନେଇ ବାଚସ୍ପତି ସୁରମା ପାଢୀ ଆଜି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking