ନୂଆଦିଲ୍ଲୀ: ଶାହରୁଖ ଓ ବିକ୍ରାନ୍ତ ମେସିଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ସମ୍ମାନ । ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ‘ଯବାନ’ ଫିଲ୍ମ ପାଇଁ ଶାହରୁଖ ଖାନଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ମିଳିଛି । ‘ 12thଫେଲ’ ଫେଲ’ ଫିଲ୍ମ ପାଇଁ ବିକ୍ରାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ । ମିସେସ ଚାଟାର୍ଜୀ ବନାମ ନରୱେ ପାଇଁ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଛି । ‘ପୁଷ୍କରା’କୁ ଶ୍ରେଷ୍ଠ ଓଡିଆ ଫିଲ୍ମ ପୁରସ୍କାର ସମ୍ମାନ ମିଳିଛି। ତରଙ୍ଗ ସିନେ ପ୍ରଡକ୍ସନରେ ୨୦୨୩ରେ ରିଲିଜ ହୋଇଥିଲା ପୁଷ୍କରା । ଶଙ୍କର ତ୍ରିପାଠୀଙ୍କ ନାଦବିନ୍ଦୁ ନୋଭେଲରୁ ପ୍ରସ୍ତୁତ ହୋଇଥିଲା ସିନେମା । ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରର ୨୬ ତମ ସିନେମା ପୁଷ୍କରା ।










