ଭୁବନେଶ୍ୱର: ସରକାରଙ୍କ ବିରୋଧରେ ପୁଣି ଅନାସ୍ଥା ଆଣିଲା କଂଗ୍ରେସ । ପୂର୍ବରୁ ଆସିଥିବା ଅନାସ୍ଥାକୁ ଗ୍ରହଣ କରିନଥିଲେ ବାଚସ୍ପତି ସୁରମା ପାଢୀ । ଅନ୍ୟପଟେ ଗତକାଲି ଅନାସ୍ଥା ଅଗ୍ରାହ୍ୟକୁ ଷଡ଼୍ଯନ୍ତ୍ର କହି କକ୍ଷତ୍ୟାଗ କରିଥିଲା କଂଗ୍ରେସ । ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ କଂଗ୍ରେସ ବିଧାୟକ। ନିୟମ ଅନୁସାରେ, ଅଧିବେଶନର ଦିନକ ପୂର୍ବରୁ ଅନାସ୍ଥା ନୋଟିସ୍ ଦିଆଯିବା କଥା । ହେଲେ କଂଗ୍ରେସ ଅଧିବେଶନ ଆରମ୍ଭ ପରେ ଆଣିଥିଲା ଅନାସ୍ଥା ପ୍ରସ୍ତାବ । ତେବେ କଂଗ୍ରେସ ଏହାକୁ ସନ୍ଦେହ ଚକ୍ଷୁରେ ଦେଖିଥିଲା। ଅପରାହ୍ନରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ ହେବା ପରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଥିଲା ।










