ଭୁବନେଶ୍ୱର: ଆଜିର ଡିଜିଟାଲ ଯୁଗରେ ଇୟରଫୋନ ସମସ୍ତଙ୍କ ଜୀବନ ଶୈଳୀର ଏକ ଅଂଶ ହୋଇଗଲାଣି । ଘରୁ ବାହାରକୁ ଗୋଡ କାଢିଲେ କାନରେ ଲାଗିଥାଏ ଇଅର ଫୋନ । କିନ୍ତୁ ଜାଣିଛନ୍ତି କି, ଏହାର ପାର୍ଶ୍ୱ ପ୍ରତିକ୍ରିୟା କଣ ରହିଛି । ଧୀରେ ଧୀରେ ଆମ ଶ୍ରବଣ ଶକ୍ତି ଦୁର୍ବଳ ହେବାକୁ ଲାଗେ । ଇଅରଫୋନ ଲଗାଇବା ଦ୍ୱାରା ଆପଣଙ୍କ କାନର ସ୍ନାୟୁ ଉପରେ ଚାପ ବୃଦ୍ଧି କରିଥାଏା ଦୀର୍ଘ ସମୟ ଧରି ଉଚ୍ଚ ଶବ୍ଦରେ ଶୁଣିବା ଦ୍ୱାରା ଯଥେଷ୍ଟ ଅସୁବିଧା ହୁଏ । ଧୀରେ ଧୀରେ ଶ୍ରବଣ ଶକ୍ତି ହ୍ରାସ ପାଇବା ଆରମ୍ଭ ହୁଏ । ଲଗାତାର ଇଅର ଫୋନ ବ୍ୟବହାର କରିବା ଦ୍ୱାରା କାନ ସଂକ୍ରମଣର ଆଶଙ୍କା ଦେଖାଦେଇଥାଏ । ଉଚ୍ଚ ସ୍ୱରରେ ଶୁଣିବା ଦ୍ୱାରା ଶ୍ରବଣ ଶକ୍ତି ହ୍ରାସ ପାଇପାରେ । ତେବେ ଶ୍ରବଣ ଶକ୍ତିକୁ କିପରି ସୁରକ୍ଷିତ ରଖିବେ ଜାଣନ୍ତୁ.. । ସବୁବେଳେ ୬୦ % ରୁ ଅଧିକ ନଥିବା ଭଲ୍ୟୁମରେ ସଙ୍ଗୀତ କିମ୍ବା ଭିଡିଓ ଶୁଣନ୍ତୁ । ପ୍ରତି ୨ ଘଣ୍ଟାରେ ଥରେ କାନକୁ ବିଶ୍ରାମ ଦିଅନ୍ତୁ । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଇୟରଫୋନ ଏବଂ ଉଭୟ କାନକୁ ସଫା ରଖନ୍ତୁ । ଇୟରଫୋନ୍ ଆମ ଜୀବନକୁ ସହଜ ଏବଂ ଅଧିକ ଉପଭୋଗ୍ୟ କରିଥାଏ , କିନ୍ତୁ ଏହାର ଅପବ୍ୟବହାର ଆମର ଶ୍ରବଣ ସ୍ୱାସ୍ଥ୍ୟକୁ ଗମ୍ଭୀର ଭାବରେ କ୍ଷତି ପହଞ୍ଚାଇପାରେ। ସତର୍କତା ଏବଂ ସଠିକ୍ ଅଭ୍ୟାସ ସହିତ , ଆମେ ଆମର ଶ୍ରବଣ ଶକ୍ତିକୁ ବଜାୟ ରଖିପାରିବା । ତଥାପି , ଆଜିକାଲି ଅଧିକାଂଶ ଲୋକ ସବୁକିଛି ଉଚ୍ଚ ସ୍ୱରରେ ଶୁଣନ୍ତି।









