ବଲାଙ୍ଗିର: ଅପରେସନ୍ ପ୍ରହାରରେ ୧୨୭ ନିଶା ବେପାରି ଗିରଫ ହୋଇଥିବା ନେଇ ମିଳିଛି ସୂଚନା । ଏନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ । ସୂଚନା ଦେଇ କହିଛନ୍ତି ଯେ ୫ ଜିଲ୍ଲାରୁ ୧୪ କୋଟି ୩୨ ଲକ୍ଷ ୧୪ ହଜାର ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି । ସମ୍ବଲପୁର, ସୋନପୁର, ଝାରସୁଗୁଡା, ବଲାଙ୍ଗିର, ବରଗଡରୁ ଜବତ କରାଯାଇଛି ।










