ବୌଦ୍ଧ: ପୁରୁଣାକଟକ ଅଞ୍ଚଳରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଆଜି ସକାଳେ ସମୟ ପ୍ରାୟ ୧୦:୩୦ ମିନିଟ୍ ସମୟରେ ଜିଆକଟା ଓ ଛତ୍ରପୁର ଗାଁ ମଧ୍ୟ ଭାଗରେ ବିସ୍ଫୋରଣ ଘଟି ଭୁଶୁଡି ପଡିଥିଲା ଘର । ଏହି ଘଟଣାରେ ଏପର୍ଯ୍ୟନ୍ତ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ନିଖୋଜ ଅଛନ୍ତି ଏବଂ ୮ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଭଙ୍ଗା ଘର ତଳେ ଅନେକ ଲୋକେ ଏବେ ମଧ୍ୟ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଓଡ୍ରାଫ, ପୋଲିସ୍, ଅଗ୍ନିଶମ ବାହିନୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।










