18.1 C
Bhubaneswar
Saturday, December 6, 2025
Homeଓଡିଶାକଟକ ବାଲିଯାତ୍ରା ପଡିଆକୁ ନେଇ ବିବାଦ

କଟକ ବାଲିଯାତ୍ରା ପଡିଆକୁ ନେଇ ବିବାଦ

କଟକ: ବାଲିଯାତ୍ରା ଉପର ଓ ତଳ ପଡିଆକୁ ନେଇ ବିବାଦ ଘନେଇଲା । ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ବିରୋଧ କଲେ ମେୟର ସୁବାସ ସିଂ । କେବଳ ତଳ ପଡିଆରେ ହେବା ଉଚିତ୍ ନୁହେଁ ବୋଲି କହିଲେ ମେୟର୍ । ସେ ଆହୁରି କହିଛନ୍ତି ଯେ କାହା ସହ ଆଲୋଚନା ନ କରି ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛୁ ବୋଲି କହିଲେ ବିଜେପି ଜିଲ୍ଲା ସଭାପତି । ଅନ୍ୟପଟେ ଗତକାଲି ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନହେବା ନିଷ୍ପତ୍ତିରେ ପ୍ରତିକ୍ରିୟା ଦେଇ କଟକ ବାରବାଟୀ ବିଧାୟିକା ସୋଫଇା ଫିର୍ଦ୍ଦୋସ କହିଥିଲା ଯେ ଉପର ପଡିଆରେ ବାଲିଯାତ୍ରା ଆୟୋଜନ ହେବା ଆବଶ୍ୟକ । କିଛି ନହେଲେ ପ୍ରତୀକାତ୍ମକ ଭାବେ ବାଲିଯାତ୍ରା ହେବା ଆବଶ୍ୟକ । ଏହା କଟକବାସୀଙ୍କ ଭାବାବେଗର ବିଷୟ । ମୁଁ ଏନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବି । ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିବ ବାଲିଯାତ୍ରା । ଚଳିତ ବର୍ଷ କେବଳ ତଳ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ। ଯାହାକୁ ନେଇ ବିବାଦ ଏବେ ସରଗରମ ହୋଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking