ବଲାଙ୍ଗୀର: ଆମ୍ବୁଲାନ୍ସ ଅବ୍ୟବସ୍ଥାର ଆଉ ଏକ ଚିତ୍ର ଆସିଛି ବଲାଙ୍ଗୀର ଜିଲ୍ଲାରୁ । ଗୁରୁତର ରୋଗୀଙ୍କୁ ନେଇ ମେଡିକାଲ ଯାଉଥିବା ବେଳେ ଅଧାବାଟରେ ଅଚଳ ହେଲା ୧୦୮ ଆମ୍ବୁଲାନ୍ସ । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଅଞ୍ଚଳର ବିଷ୍ଣୁ ବୁଡେକ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲେ ।ଘରଠୁ ମାତ୍ର ଗୋଟେ କିଲୋମିଟର ଯିବା ପରେ ଆମ୍ବୁଲାନ୍ସଟି ରାସ୍ତାରେ ରହିଯାଇଥିଲା । ଫଳରେ ରୋଗୀ ଅଧାରାସ୍ତାରେ ଛଟପଟ ହୋଇଥିଲେ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।










