ଭୁବନେଶ୍ୱର: ଶ୍ରୀମୟୀଙ୍କ ସପକ୍ଷରେ ବାହାରିଲେ ଦେବାଶିଷ ସାମନ୍ତରାୟ । ଜେବାଶିଷ କହିଛନ୍ତି, ଶ୍ରୀମୟୀ ଯେତେବେଲେ ଯାହା କହିଛନ୍ତି, ଠିକ କହିଛନ୍ତି । ଟିକେଟ ଦେବାକୁ କହି ଶ୍ରୀମୟୀଙ୍କୁ ଟିକେଟ ଦେଇନି ଦଳ । ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟ ରହିଛି ।ସୂଚନାଥାଉ କି , କିଛିଦିନ ତଳେ ନିଜ ସୋସିଆଲ ମିଡିଆ ପେଜରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସନ୍ନାସୀ ଉପାଖ୍ୟାନ ଲେଖିଥିଲେ । ଯାହାକି ପରୋକ୍ଷରେ ବିଜେଡିରୁ ସନ୍ନ୍ୟାସ ନେଇଥିବା ଭିକେ ପାଣ୍ଡିଆନ ଆଡକୁ ନିଶାନା ବୋଲି କୁହାଯାଉଛି । ଶ୍ରୀ ମୟୀ ଲେଖିଛନ୍ତି ଆଜିର ଯୁଗରେ , ଯେଉଁମାନେ ସନ୍ନ୍ୟାସ କହି ସବୁ ସୁଖ , ସ୍ୱାଚ୍ଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି ଓ ଭଣ୍ଡ ସନ୍ୟାସୀ ଆଖ୍ୟା ରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି । ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ ଜଗତ ପଛେ ନର୍କେ ପଡିଥାଉ । ମୋ ଜୀବନ ଉଦ୍ଧାର ହେଉ ବୋଲି ଲେଖିଛନ୍ତି ଶ୍ରୀମୟୀ । ଏହାରି ପୂର୍ବରୁ ଶ୍ରୀମୟୀ ଏକ ସୋସିଆଲ ମିଡିଆ ପୋଷ୍ଟରେ ଧ୍ରୁତରାଷ୍ଟ୍ର ଆଖ୍ୟା ଦେଇ ନବୀନଙ୍କୁ ପରୋକ୍ଷରେ ନିଶାନା କରିଥିଲେ ।
–










