28.1 C
Bhubaneswar
Monday, February 9, 2026
Homeଓଡିଶାବିଧାନସଭା ଶୂନ୍ୟକାଳରେ କଂଗ୍ରେସର ମୁଲତବୀ ପ୍ରସ୍ତାବ

ବିଧାନସଭା ଶୂନ୍ୟକାଳରେ କଂଗ୍ରେସର ମୁଲତବୀ ପ୍ରସ୍ତାବ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ ।  ବିଧାନସଭା ଶୂନ୍ୟକାଳରେ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଛି ।ସାରା ରାଜ୍ୟରେ ସାର ସଙ୍କଟ ଥିବା କଂଗ୍ରେସ  ଅଭିଯୋଗ କରିଛି । କହିଛି,  ରାଜ୍ୟର ଚାଷୀ ହନ୍ତସନ୍ତ ହେଉଛନ୍ତି ହେଲେ ରାଜ୍ୟ ସରକାର ଚୁପ ଅଛନ୍ତି ।  ସାର କଳାବଜାରୀରେ ଦଲାଲ ମାଲେମାଲ ହେଉଥିବା ଅଭିଯୋଗ କରିଛି କଂଗ୍ରେସ । ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ  ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳା ନିର୍ଯାତନା, ନାରୀ ଅସୁରକ୍ଷିତ,ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ସରକାରଙ୍କ ଆକ୍ରମଣ ଏସବୁ ପ୍ରସଙ୍ଗକୁ ନେଇ ଅନାସ୍ଥା ପ୍ରସ୍ତାବ ଆଣିଛି  କଂଗ୍ରେସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking