28.1 C
Bhubaneswar
Wednesday, February 4, 2026
Homeଓଡିଶା ମା' ବିରଜାଙ୍କ ପୀଠରେ ଷୋଡଶ ପୂଜା 

 ମା’ ବିରଜାଙ୍କ ପୀଠରେ ଷୋଡଶ ପୂଜା 

 ଯାଜପୁର: ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରାଜ ସମଗ୍ର ଭାରତ ରେ ଥିବା ଶକ୍ତି ପୀଠ ମଧ୍ୟ୍ୟ ରୁ ଏହି ପୀଠ ଏକ ପ୍ରମୁଖ ପୀଠ l ଏହି ପୀଠ ରେ ମା ଙ୍କ ରଥ ଯାତ୍ରା ଅନୁଷ୍ଠିତ ହୁଏ l ପାର୍ବଣ ପୂଜା ଏହି ପୀଠ ରେ ଏକ ସ୍ୱତନ୍ତ୍ର ପୂଜା ନୀତି ରେ ବୈଦିକ ରୀତି ଅନୁସାରେ ପାଳନ କରା ଯାଏ lମା ସତୀ ଙ୍କ ର ନାଭି ଦେଶ ପଡି ଥିବାରୁ 51ପୀଠ ମଧ୍ୟ୍ୟ ରୁ ଅନ୍ୟ ତମ ଏଠାରେ ନାଭି ଗୟା ଥିବାରୁ ନାଭି କ୍ଷେତ୍ର ଓ ଗଦା କ୍ଷେତ୍ର ଭାବ ରେ ପରିଚିତ l ମହାନ ଗ୍ରନ୍ଥ ମହା ଭାରତ ରେ ବିରଜା କ୍ଷେତ୍ର ଓ ପୁର୍ଣ ତୟା ବୈତରଣୀ ନଦୀ ସମ୍ପର୍କ ରେ ବାଣ୍ଣନା କରା ଯାଇଛି l ଏହି କ୍ଷେତ୍ର ଟି ଯାଜ ନଗର ନାମେ ପରିଚିତ ଯାଜପୁର ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୂର୍ବେ ଓଡିଶା ର ରାଜ ଧନୀ ଯାଜପୁର ଥିଲା ବେଦ ପତି ବ୍ରହ୍ମl ଏଠାରେ ଯଂଜ୍ଞ କରି ଥିଲେ ଯଂଜ୍ଞ ରୁ ମା ବିରାଜ ଓ ଯଜ୍ଞ ବରାହ ଅlଭିଭାର୍ବ ହୋଇ ଥିଲେ l
ଶାରଦୀୟ ଦୁର୍ଗାପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ପିତୃପକ୍ଷରେ ମନ୍ଦିର ପରିସରରେ ଚାଲିଛି ପିତୃପୁରୁଷଙ୍କୁ ପିଣ୍ଡଦାନ। ପିତୃପକ୍ଷ ଚାଲୁଥିବାରୁ ବିରଜା ମନ୍ଦିର ପରିସରରେ ଥିବା ନାଭିଗୟାରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ପାଇଁ ସାରା ଦେଶରୁ ଲୋକଙ୍କ ସୁଅଛୁଟିଛି। ବିଶ୍ୱାସ ରହିଛି ଏହି ସମୟରେ ନାଭିଗୟା ରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ୨୧ପୁରୁଷ ପର୍ଯ୍ୟନ୍ତ ମୋକ୍ଷ ପ୍ରାପ୍ତି ହୋଇଥାଏ। ଅନ୍ୟପଟେ ମା ବିରଜା ପୀଠରେ ମାଙ୍କ ଷୋଡଶ ଦିବସୀୟ ଉପଚାର ପୂଜା ତୃତୀୟ ଦିନରେ ପହଞ୍ଚିଛି । ମୂଳାଷ୍ଟମୀ ଠାରୁ ନବମୀ ଯାଏ ଚାଲିବ ମାଙ୍କ ଷୋଡଶ ଦିବସୀୟ ସ୍ବତନ୍ତ୍ର ପୂଜା । ଆସନ୍ତା ନବରାତ୍ର ସମୟରେ ଶ୍ରଦ୍ଧାଳୁ ମାନେ ମନ୍ଦିର ମଧ୍ୟରେ ପ୍ରବେଶ କରି ମୁଖଦର୍ଶନ ସହ ପାଦସ୍ପର୍ଶ କରିବାର ସୁଯୋଗ ପାରିବେ । ଏ ସବୁ ଦିନ ମାନଙ୍କରେ ପ୍ରତ୍ୟୁଷରୁ ମନ୍ଦିରରେ ମାଙ୍କ ପାଦସ୍ପର୍ଶ ଓ ମୁଖ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ଏଥିସହ ମା ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି ଜାରି ରହିଛି l ପ୍ରତିପଦ ଠାରୁ ନବମୀ ଯାଏ ମାଙ୍କ ଚଳନ୍ତି ପ୍ରତିମା ମା ଦୁର୍ଗାଙ୍କ ରୂପରେ ସିଂହଧ୍ବଜ ରଥରେ ଆସୀନ ହୋଇ ମନ୍ଦିର ବେଢା ପରିକ୍ରମା କରବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking