ଗଞ୍ଜାମ: ଗଡ଼ୁନି ଚକ । ଅପେକ୍ଷା କରିଛନ୍ତି ଯାତ୍ରୀ । ବ୍ରହ୍ମପୁରରେ ଆମ ବସ କର୍ମଚାରୀଙ୍କ ଆନ୍ଦୋଳନ । ୬ ଦଫା ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆମ ବସ କର୍ମଚାରୀ । ଫଳରେ ଆଜି ଆମ ବସ ସେବା ବନ୍ଦ ରହିଛି । ଦରମା ବୃ୍ଦ୍ଧି, ୮ ଘଣ୍ଟା ଡ୍ୟୁଟି ଓ ମାସକୁ ୪ଟି ଛୁଟି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ । ଗତ ୬ ମାସ ପୂର୍ବରୁ ମଧ୍ୟ ବ୍ରହ୍ମପୁରରେ ଆମ ବସ କର୍ମଚାରୀ ଆନ୍ଦୋଳନ କରି ନିଜର ଦାବି ଜଣାଇଥିଲେ । କିନ୍ତୁ ଏହାର ସମାଧାନ ହୋଇନଥିବାରୁ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ । ଫଳରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।










