18.1 C
Bhubaneswar
Saturday, December 6, 2025
Homeଓଡିଶାସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ, ଖଦି ବସ୍ତ୍ର କିଣିବା ପାଇଁ ପ୍ରେରିତ କରାଯିବ: ସୁରଥ ବିଶ୍ୱାଳ

ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ, ଖଦି ବସ୍ତ୍ର କିଣିବା ପାଇଁ ପ୍ରେରିତ କରାଯିବ: ସୁରଥ ବିଶ୍ୱାଳ

ଭୁବନେଶ୍ୱର: ଗରିବ, ପଛୁଆ ଏବଂ ଆର୍ଥିକ ଅନଗ୍ରସର ବର୍ଗର ଉତ୍‌ଥାନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଅନେକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି । ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବାକୁ ମୋଦିଜୀ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ମୋଦିଜୀଙ୍କ ଭଳି ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ସମସ୍ତେ ତାଙ୍କ ଜନ୍ମଦିନକୁ ସେବା ଦିବସ ଭାବେ ପାଳନ କରନ୍ତି । ତାଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ଭାବେ ପାଳନ କରାଯାଏ । ଚଳିତ ବର୍ଷ ମୋଦିଜୀଙ୍କ ୭୫ତମ ଜନ୍ମଦିବସ ପଡୁଥିବାରୁ ଏହାକୁ ସ୍ମରଣୀୟ ରଖିବା ପାଇଁ ବ୍ୟାପକ ଯୋଜନା କରାଯାଇଛି । ଓବିସି ମୋର୍ଚ୍ଚା ତରଫରୁ ଆଜି ଏକ ପ୍ରସ୍ତୁତି ବୈଠକ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନରୁ ଆରମ୍ଭ ହେବାକୁ ଥିବା ସେବା ପକ୍ଷରେ ବୃକ୍ଷ ଚାରା ରୋପଣ, ସ୍ୱଚ୍ଛତା ଅଭିଯାନ, ସ୍ୱାସ୍ଥ୍ୟ ଶିବିର ଓ ମୋଦିଜୀଙ୍କ ଜୀବନ ଉପରେ ପ୍ରଦର୍ଶନୀ ଆୟୋଜନ କରାଯିବ । ଏନେଇ ଓବିସି ମୋର୍ଚ୍ଚା ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ମୋଦିଜୀଙ୍କ ଜନ୍ମଦିନରେ ତାଙ୍କ ଦୀର୍ଘମୟ ଜୀବନ କାମନା କରି ମନ୍ଦିରରେ ଦ୍ୱୀପ ପ୍ରଜ୍ୱଳନ କରିବାକୁ ଓବିସି ମୋର୍ଚ୍ଚା ପକ୍ଷରୁ ନିଷ୍ପତି ନିଆଯାଇଛି । ସେବା ପକ୍ଷରେ ମଣ୍ଡଳ ଓ ଜିଲ୍ଲାସ୍ତରରେ ବ୍ୟାପକ ବୃକ୍ଷରୋପଣ ସହ ରକ୍ତଦାନ ଓ ସ୍ୱାସ୍ଥ୍ୟ ଶିବର, ସ୍ୱଚ୍ଛତା କାର୍ଯ୍ୟକ୍ରମ ହାତକୁ ନେବେ ମୋର୍ଚ୍ଚାର କାର୍ଯ୍ୟକର୍ତା । ଏଥି ସହ ଦିବ୍ୟାଙ୍ଗମାନଙ୍କୁ ସମ୍ମାନିତ କରିବା ସହିତ ସ୍ଥାନୀୟ ଉତ୍ପାଦର ଚାହିଦା ବୃଦ୍ଧି କରାଇବା, ନିଜେ ଖଦି ବସ୍ତ୍ର କିଣିବା ଏବଂ ଅନ୍ୟମାନଙ୍କୁ କିଣିବା ପାଇଁ ପ୍ରେରିତ କରାଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ବୈଠକରେ ଯୋଗ ଦେଇ ରାଜ୍ୟ ଉପସଭାପତି ଶ୍ରୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ସେବା ପକ୍ଷର ଗୁରୁତ୍ୱ ଏବଂ ମୋର୍ଚ୍ଚାର ଭୁମିକା ସଂପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟକ ଦୁର୍ଗାପ୍ରସନ୍ନ ନାୟକ, ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ବିବେକାନନ୍ଦ ଜେନା, ସିର୍ଦ୍ଧାଥ ପତି, ସନ୍ତୋଷ ମହାପାତ୍ରଙ୍କ ସମେତ ମୋର୍ଚ୍ଚାର ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking