30.1 C
Bhubaneswar
Friday, March 20, 2026
Homeଓଡିଶାସାର ଅଭାବକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେଡି

ସାର ଅଭାବକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେଡି

ରାଜଭବନ ସମ୍ମୁଖରେ ବିଶାଳ ଗଣଧାରଣା
ଅଧିକ ବୋନସ ଦେବାକୁ ପଡିବ ବୋଲି ସରକାରଙ୍କ ସାର ଅଭାବ ଷଡ଼ଯନ୍ତ୍ର
ସାର ଯୋଗାଣ ଓ କଳାବଜାରୀ ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ
ଗତ ଦୁଇ ଦଶନ୍ଧିରେ ଏଭଳି ସମସ୍ୟା କେବେବି ଦେଖାଦେଇ ନଥିଲା

ଭୁବନେଶ୍ୱର: ରାଜ୍ୟରେ ସାରର ଅଭାବ ଯୋଗୁଁ ଚାଷୀ ମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ କରି ବିଜୁ ଜନତା ଦଳ ଆଜି ରାଜଭବନ ସମ୍ମୁଖରେ ବିଶାଳ ଗଣଧାରଣା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଖରିଫ ଚାଷ କାମ ଶୀର୍ଷରେ ଥିବାବେଳେ ରାଜ୍ୟ ସରକାର ସାର ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ଖରିଫ ଧାନ ଅଧିକ ଉତ୍ପାଦନ ହେଲେ ସରକାରଙ୍କୁ ଅଧିକ ବୋନସ ଦେବାକୁ ହେବ ବୋଲି ସରକାର ଖରିଫ ଧାନ ଉତ୍ପାଦନରେ ରୋକ ଲଗାଇବା ପାଇଁ ସାର ଯୋଗାଣ ଅଭାବର ଷଡ଼ଯନ୍ତ୍ର ରଚିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ରାଜଭବନ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଦିଆଯାଇଥିଲା । ଏହି ଗଣଧାରଣାରେ ହଜାର ହଜାର ଚାଷୀଙ୍କ ସମେତ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । ଦଳର ବରିଷ୍ଠ ନେତାମାନେ, ଖରିଫ ଚାଷ ପାଇଁ ଚାଷୀମାନେ କିପରି ହନ୍ତସନ୍ତ ହେଉଛନ୍ତି ଓ ରାଜ୍ୟ ସରକାର ସାର ଯୋଗାଇବାରେ, ସାରର କଳାବଜାରୀ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ । ସାର ବ୍ୟାଗ୍ର ମୂଲ୍ୟ ୨୪୨ ଟଙ୍କା ରହିଥିବା ବେଳେ, ଏହା ବଜାରରେ ୮୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରି ହେଉଛି । ଗତ ଦୁଇ ଦଶନ୍ଧିରେ, ରାଜ୍ୟର କୃଷକ ମାନେ ସାରର ଅଭାବକୁ ନେଇ ଏଭଳି ଅଭାବନୀୟ ପରିସ୍ଥିତି ରାଜ୍ୟରେ କେବେବି ସୃଷ୍ଟି ହୋଇନଥିଲା । ସାରର ଅଭାବ ଦେଖା ଦେବା ପରେ ତୁରନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖି ଓଡିଶାକୁ ପର୍ଯ୍ୟାପ୍ତ ସାର ଯୋଗାଇ ଦେବା ପାଇଁ ଅନୁରୋଧ କଲେ । କିନ୍ତୁ, କୌଣସି ସୁଫଳ ମିଳିଲା ନାହିଁ । ସାର ସ୍ଥିତିକୁ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଥର ସମୀକ୍ଷା କଲେଣି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ ଥିବା ରାଜ୍ୟ ସରକାର ଦାବି କରୁଛନ୍ତି, ହେଲେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ସାର ନପାଇ କୃଷକ ମାନେ ରାଜରାସ୍ତାକୁ ଓହ୍ଲାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ରାଜ୍ୟରେ ଖରିଫ ଧାନ ଉତ୍ପାଦନ ଅଧିକ ହେଲେ, ରାଜ୍ୟ ସରକାରଙ୍କୁ ଅଧିକ ବୋନସ ଦେବାକୁ ପଡିବ ବୋଲି ରାଜ୍ୟ ସରକାର ଖରିଫ ଉତ୍ପାଦନକୁ କମ୍ କରିବା ପାଇଁ ସାର ଅଭାବର ଷଡ଼ଯନ୍ତ୍ର କରିଛନ୍ତି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ।

ସଭା ଶେଷ ହେବା ପରେ, ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ ରାଜଭବନ ଭିତରକୁ ଯାଇ ସାରର ଅଭାବକୁ ନେଇ ଉପୁଜିଥିବା ସ୍ଥିତି ଉପରେ ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କୃଷକ ସେଲ୍ର ଆବାହକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ମହାମହିମ ରାଜ୍ୟପାଳଙ୍କୁ ସାର ଅଭାବ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ଉପରେ ଅବଗତ କରାଇଥିଲେ । ସ୍ମାରକପତ୍ରରେ, ରାଜ୍ୟରେ ସାର ଯୋଗାଣ କିପରି ବ୍ୟବସ୍ଥିତ ହୋଇପାରିବ, ସେଥିପାଇଁ ମହାମହିମ ରାଜ୍ୟପାଳ ମହୋଦୟଙ୍କ ହସ୍ତକ୍ଷେପ ଲୋଡ଼ିଛି ବିଜେଡି ।

ମହାମହିମ ରାଜ୍ୟପାଳଙ୍କ ନିକଟକୁ ଯାଇଥିବା ପ୍ରତିନିଧି ମଣ୍ଡଳୀରେ, ଦଳର ବରିଷ୍ଠ ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ପ୍ରଦୀପ ଅମାତ, ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଶ୍ରୀ ପ୍ରତାପ କେଶରୀ ଦେବ, ଶ୍ରୀ ପ୍ରତାପ ଜେନା, ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀ ବ୍ୟୋମକେଶ ରାୟ, ଶ୍ରୀ ଧ୍ରୁବ ଚରଣ ସାହୁ, ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ପ୍ରଣବ ବଳବନ୍ତରାୟ, ଡ଼ ଅମର ପଟ୍ଟନାୟକ, ଶ୍ରୀ ପ୍ରଶାନ୍ତ ମୁଦୁଲି, ଶ୍ରୀମତୀ ସୁଲତା ଦେଓ, ଶ୍ରୀ ସୁଭାଶିଷ ଖୁଣ୍ଟିଆ, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ ରାଉତ, ଶ୍ରୀ ପ୍ରଦୀପ ସାହୁ, ଶ୍ରୀ ଗୌତମବୁଦ୍ଧ ଦାସ, ଶ୍ରୀ ଦେବୀ ରଞ୍ଜନ ତି୍ରପାଠୀ, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ସୌଭିକ ବିଶ୍ୱାଳ, ଶ୍ରୀ ସୁନିଲ ମହାନ୍ତି, ଶ୍ରୀ ସୁଦର୍ଶନ ହରିପାଲ, ଶ୍ରୀମତୀ ସୁଜାତା ସାହୁ, ଶ୍ରୀ ବିଜୟ ନାୟକ, ଶ୍ରୀ ରାଜେନ୍ଦ୍ର ସାହୁ, ଶ୍ରୀ ମନ୍ମଥ ରାଉତରାୟ, ଶ୍ରୀ ଚିନ୍ମୟ ସାହୁ, ଶ୍ରୀମତୀ ଇପ୍ସିତା ସାହୁ, ଡ଼ ରମାକାନ୍ତ ଭୋଇ, ଶ୍ରୀ ନୃସିଂହ ସାହୁ, ଶ୍ରୀ ପ୍ରଫୁଲ୍ଲ ସିଂ, ଶ୍ରୀ ବିକ୍ରମ ପଣ୍ଡା, ଶ୍ରୀ ଜଗନ୍ନାଥ ସାରକା, ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀ ମହେଶ ସାହୁ, ଡ଼ ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀମତୀ ରଞ୍ଜିତା ସାହୁ, ଶ୍ରୀ ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ଶ୍ରୀ ପଦ୍ମନାଭ ବେହେରା, ଶ୍ରୀ ପ୍ରଦୀପ ମାଝୀ, ଶ୍ରୀ ସୁଧୀର ସାମଲ, ଶ୍ରୀ ରୁଦ୍ର ମହାରଥୀ, ଶ୍ରୀ ଉମାକାନ୍ତ ସାମନ୍ତରାୟ, ଶ୍ରୀ ଅମରେଶ ପତ୍ରି, ଶ୍ରୀ ସଞ୍ଜିତ ମହାନ୍ତି, ଶ୍ରୀ ସୁକାନ୍ତ ନାୟକ, ଶ୍ରୀ ସ୍ୱରୂପ କୁମାର ଦାସ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଶ୍ରୀ ସନ୍ଦୀପ ଷଡଙ୍ଗୀ, ଶ୍ରୀ କୈଳାଶ ପାତ୍ର, ଶ୍ରୀ ସୁବ୍ରତ ଛାଟୋଇ ପ୍ରମୁଖ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking