ପାରାଦୀପ: ପାରାଦୀପରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣାର ଖବର । କୋଇଲା ଟ୍ରେନ୍ ଉପରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଳଚେରରୁ ପରାଦୀପ ପୋର୍ଟ ଆସୁଥିବା ଏକ ଟ୍ରେନ୍ରୁ ମୃତଦେହ ଉଦ୍ଧାର କରାଯାଇଛି । କରେଣ୍ଟ ଲାଗି ମୃତ୍ୟୁ ନା କେହି ହତ୍ୟା କରି ଫିଙ୍ଗିଛି ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । ତେବେ କିପରି ପରିସ୍ଥିତିରେ ବ୍ୟକ୍ତି ଜଣକଙ୍କ ମୃତ୍ୟୁ ଘଟିଛି ସେନେଇ ତଦନ୍ତ କରୁଛି ପୋଲିସ ।










