30.1 C
Bhubaneswar
Monday, May 18, 2026
Homeଓଡିଶାପ୍ରତିଯୋଗିତା ମୂଳକ ପରୀକ୍ଷା ଆଶାୟୀଙ୍କ ନିମନ୍ତେ ପ୍ରେରଣାଦାୟକ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପ୍ରତିଯୋଗିତା ମୂଳକ ପରୀକ୍ଷା ଆଶାୟୀଙ୍କ ନିମନ୍ତେ ପ୍ରେରଣାଦାୟକ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିସରରେ ଆଜି ପ୍ରତିଯୋଗିତା ମୂଳକ ପରୀକ୍ଷାର ଆଶାୟୀ ଏବଂ ପାଠକ ଓ ପାଠିକାମାନଙ୍କ ନିମନ୍ତେ ପ୍ରେରଣାଦାୟକ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର, ପୂର୍ବତନ ସଦସ୍ୟ, ଓଡ଼ିଶା ଲୋକସେବା ଆୟୋଗ, ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରଫେସର ମିଶ୍ର ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାର ସାକ୍ଷାତକାରର ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବଂ ପ୍ରତିଯୋଗୀମାନଙ୍କୁ ପଚରା ଯାଉଥିବା ବିଭିନ୍ନ ସମ୍ଭାବ୍ୟ ପ୍ରଶ୍ନୋତ୍ତର ସମ୍ବନ୍ଧରେ ପ୍ରତିଯୋଗିତା ମୂଳକ ପରୀକ୍ଷାର ଆଶାୟୀମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ ପ୍ରଫେସର ମିଶ୍ର ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାର ସାକ୍ଷାତକାର ସମୟରେ ଘଟିଥିବା କିଛି ପ୍ରେରଣାଦାୟୀ ଘଟଣା ବର୍ଣ୍ଣନା କରିଥିଲେ ଯାହାକି ଉପସ୍ଥିତ ଥିବା ଶ୍ରୋତାଙ୍କୁ ପ୍ରେରଣା ଯୋଗାଇଥିଲା। ଆଜିର କାର୍ଯ୍ୟକ୍ରମକୁ ଗ୍ରନ୍ଥାଗାରର ବିଶେଷ କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ। ସେ ପାଠକ-ପାଠିକାମାନଙ୍କୁ କିପରି ନିରନ୍ତର ପ୍ରୟାସ ଓ ଶୃଙ୍ଖଳା ଦ୍ଵାରା ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ହାସଲ କରାଯାଇପାରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଆଜିର ପ୍ରେରଣାଦାୟକ ବକ୍ତୃତା କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରନ୍ଥାଗାରର ଚାରିଜଣ ପାଠକ ଓ ପାଠିକା ଯେଉଁମାନେ ସର୍ବ ଭାରତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି, ସେମାନଙ୍କୁ ଗ୍ରନ୍ଥାଗାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ସମ୍ବର୍ଦ୍ଧିତ ହୋଇଥିବା ପାଠକ ଓ ପାଠିକାମାନେ ନିଜର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଶୈକ୍ଷିକ ପରିବେଶ ଓ ନିଜର ପଠନ ଅନୁଭୂତିକୁ ଅଭିବ୍ୟକ୍ତ କରିବା ସହିତ ସମସ୍ତ ଶ୍ରୋତାମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking