28.1 C
Bhubaneswar
Thursday, February 5, 2026
Homeଓଡିଶାରକ୍ତଦାନ ଏକ ମହତ କାର୍ଯ୍ୟ: ସୋଆ ଉପସଭାପତି

ରକ୍ତଦାନ ଏକ ମହତ କାର୍ଯ୍ୟ: ସୋଆ ଉପସଭାପତି

ଭୁବନେଶ୍ୱର: ରକ୍ତଦାନ ଏକ ମହତ୍ କାର୍ଯ୍ୟ। ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଥରଟିଏ ରକ୍ତ ଦାନ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଶୁକ୍ରବାର ଉପସଭାପତି ଶ୍ରୀମତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକ ବିଶାଳ ରକ୍ତ ଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ। ସେ ଏହି ଶିବିରକୁ ପରିଚାଳନା କରିଥିବା ଓ ରକ୍ତଦାନ କରିଥିବା ଛାତ୍ରଛାତ୍ରୀମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଆଇଟିଇଆର ପକ୍ଷରୁ ଆୟୋଜିତ ଏହି ଶିବିରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର (ଡାକ୍ତର) ନୀତା ମହାନ୍ତି, ଆଇଟିଇଆରର ଡିନ୍ ପ୍ରଫେସର ପି.କେ. ସାହୁ, ଆଡିସ୍‌ନାଲ ଡିନ୍ (ଆକାଡେମିକ୍ସ) ପ୍ରଫେସର ଡି.ଏନ୍ ଥାଟୋଇ, ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର୍‌, ପ୍ରଫେସର ରେଣୁ ଶର୍ମା, ରକ୍ତଦାନ ଶିବିରର କୋଅର୍ଡିନେଟର ଡକ୍ଟର ଚିନ୍ମୟ ପରିଡ଼ା, ମ୍ୟାଥମେଟିକ୍ସ ବିଭାଗର ଡକ୍ଟର ମିତାଲି ମଧୁସ୍ମିତା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବ୍ଲଡ ବ୍ୟାଙ୍କର ମୁଖ୍ୟ ଡାକ୍ତର ଗିରିଜା ନନ୍ଦିନୀ କାନୁନ୍‌ଗୋ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ୧୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking