30.1 C
Bhubaneswar
Thursday, February 5, 2026
Homeଓଡିଶାମୋଦୀଙ୍କ ମଣିପୁର ଗସ୍ତ କଟା ଘା'ରେ ଚୂନ: ଭକ୍ତ

ମୋଦୀଙ୍କ ମଣିପୁର ଗସ୍ତ କଟା ଘା’ରେ ଚୂନ: ଭକ୍ତ

ଭୁବନେଶ୍ୱର: କଂଗ୍ରେସରେ ଆଗକୁ ବହୁ ସଂଖ୍ୟାରେ ବିଭିନ୍ନ ଦଳର ନେତା ଓ କର୍ମୀ ଯୋଗଦେବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। କୈଳାଶ ମିଶ୍ର କଂଗ୍ରେସରେ ଯୋଗ ଦେବା ଅବସରରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଲେ, ଆମେ ସମସ୍ତଙ୍କୁ ଦଳରେ ସ୍ୱାଗତ କରୁଛୁ । ଯିଏ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ରାହୁଲ ଗାନ୍ଧୀଙ୍କ ରାଜନୈତିକ ଚିନ୍ତାଧାରାରେ ଅନୁପ୍ରାଣିତ, ସେମାନଙ୍କ ପାଇଁ କଂଗ୍ରେସ ଦଳର ଦ୍ଵାର ସବୁବେଳେ ଖୋଲା । ଯେତେ ଅଧିକ ସଂଖ୍ୟାରେ ଲୋକ ଯୋଗଦେବେ, ଦଳ ନିଶ୍ଚୟ ଶକ୍ତିଶାଳୀ ହେବ ।

ଆଜି ଭୋଟ ଚୋରି ପ୍ରସଙ୍ଗ ଦେଶର କୋଣ ଅନୁକୋଣରେ ଆଲୋଚନା ହେଉଛି। ଆଗକୁ ରାହୁଲ ଗାନ୍ଧୀ ଅଧିକ ବିସ୍ମୟଜନକ ତଥ୍ୟ ପ୍ରଦାନ କରି ଦେଶରେ ଆଲୋଡନ ସୃଷ୍ଟି କରିବାକୁ ଯାଉଛନ୍ତି । ଦେଶରେ ଭୋଟ ଚୋରି ପ୍ରସଙ୍ଗ ଏକ ମହା ଆନ୍ଦୋଳନର ରୂପ ନେବ ବୋଲି ଶ୍ରୀ ଦାସ କହିଥିଲେ ।
ଆସନ୍ତା ୨୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ ଓଡିଶା ଗସ୍ତ ପ୍ରସଙ୍ଗରେ ଶ୍ରୀ ଦାସ କହିଥିଲେ, ତାଙ୍କ ଓଡିଶା ଗସ୍ତ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଓଡିଶାର ବିକାଶ କରିବା ଅଧିକ ଜରୁରି, ଯାହାପ୍ରତି ସେ ଓ ତାଙ୍କ ଦଳ ପୂରା ଆଖି ବୁଜିଦେଇଛନ୍ତି।

ମଣିପୁର ପ୍ରସଙ୍ଗରେ ସେ କହିଥିଲେ ଯେ, ମଣିପୁର ଯେତେବେଳେ ଜଳୁଥିଲା, ନାରୀ, ଶିଶୁଙ୍କ ଉପରେ ଜଘନ୍ୟ ଅତ୍ୟାଚାର ହେଉଥିଲା, ହଜାର ହଜାର ଲୋକଙ୍କ ଉପରେ ଦମନଲୀଳା ଚାଲିଥିଲା ସେତେବେଳେ ମଣିପୁର ପରିଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୟ ହେଲା ନାହିଁ । ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ମଣିପୁର ଗସ୍ତ କଟା ଘାଆରେ ଚୂନ ଦେବା ସଦୃଶ । ଏତେ କରୁଣ ଘଟଣା ଘଟିଗଲା, ସାରା ଦେଶ ବ୍ୟଥିତ ହେଲା, କିନ୍ତୁ ମଣିପୁରକୁ ନେଇ ତାଙ୍କ ତୁଣ୍ଡରୁ ସାନ୍ତ୍ୱନାମୂଳକ ପଦେ କଥା ମଧ୍ୟ ବାହାରି ନ ଥିଲା। ତାଙ୍କର ମଣିଷ ପଣିଆ ଉପରେ ସନ୍ଦେହ ଆସୁଛି। ମଣିପୁରକୁ ଯାଇ କିଛି ହଜାର କୋଟି ଘୋଷଣା କରିଦେଲେ ଲୋକଙ୍କ ଖଣ୍ଡିତ ହୃଦୟ କଣ ଆଉ ଯୋଡି ହେବ ? ପ୍ରଧାନମନ୍ତ୍ରୀ ନୂତନ ରେଳ ସଂଯୋଗ ସ୍ଥାପନ ଉଦଘାଟନ କରି ମିଛ ଶ୍ରେୟ ନେଉଛନ୍ତି ଯାହା ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମୟରେ ଆରମ୍ଭ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking